ବେଲପାହାଡ଼ ଉତ୍ସବ ‘ମଚାନ -୨୦୨୬’ ରବିବାର ଆନନ୍ଦ ଉଲ୍ଲାସର ସହ ଉଦ୍ଘାଟିତ ହୋଇଛି । ବେଲପାହାଡ଼ ସ୍ଥିତ ସମଲେଇ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି କଳସ ଶୋଭାଯାତ୍ରା ସହ କବି ସମ୍ବିଲାନୀ ସଂନ୍ଧ୍ୟା ରେ ଚିକିମିକି ରଙ୍ଗୀନ୍ ଆଲୁଅର ମାଳାରେ ରତ୍ନମଣ୍ଡପରେ ଗୀତ ଗାନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହୋଇଥିଲା । ମଚାନ ଉତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଥିଲା ହେବାସହ ବିଭିନ୍ନ ପ୍ରାନ୍ତ ରୁ ଆସିଥିବା କଳାକାର ମାନଙ୍କୁ ସମ୍ମାନିତ କରିବାସହ l ମଚାନ ଉତ୍ସବର ସଭାପତି ରାଜେଶ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରଘୁନନ୍ଦନ ପଣ୍ଡା, ବିକାଶ ଅଗ୍ରୱାଲ, ଲଖନପୁର ସରପଞ୍ଚ ଆରତୀ ପ୍ରଧାନ, ବିକାଶ କଲେତ, ପ୍ରମୋଦ ସେନାପତି, ଭାସ୍କର ପଟେଲ ଓ କୈଳାସ ନାୟକ ଅତିଥି ଭାବରେ ଯୋଗ ଦେଇଥିବାବେଳଲେ । ଅଧ୍ୟାପକ ଶ୍ରୀକର ଭୋଇ ମଞ୍ଚ ପରିଚାଳନା କରିଥିଲେ । ସଭାପତି ଶ୍ରୀ ଭୋଇ ସ୍ବାଗତ ଭାଷଣ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବାସହ ଆହୁରି ଆଗକୁ *ମଚାନ୍* ମଜବୁତ୍ କରିବା ସହ ଆଗକୁ ନେବାପାଇଁ ପରାମର୍ଶ ଦେଉଥିଲେ । ସମ୍ପାଦକ ଭାସ୍କର ପଟେଲ ବିବରଣୀ ପାଠ କରିଥିଲେ । ଶେଷରେ ରାଜେଶ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ |


0 Comments