ଏହି ସମାରୋହରେ ଝାରସୁଗୁଡ଼ା ବନଖଣ୍ଡ ଅଧିକାରୀ ଶ୍ରୀ ମନୁ ଅଶୋକ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ସାଧାରଣ ଜନତାଙ୍କ ଅଂଶଗ୍ରହଣ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ପ୍ରହ୍ଲାଦ ନାୟକ, ଜିଲ୍ଲା ପରିବେଶ ସମିତିର ସଦସ୍ୟ ଶ୍ରୀ ତ୍ରିନାଥ ଗୌଲ, ଶ୍ରୀ ନରେଶ ନାୟକ, ଶ୍ରୀ ସଚିନ୍ଦ୍ର ପଟେଲ, ଶ୍ରୀ ବେଣୁଧର ଚୌଧୁରୀ ଏବଂ ଶ୍ରୀ ଗୋବିନ୍ଦ ସକୁନିଆ ପ୍ରମୁଖ ଉପସ୍ଥିତ ରହି ପରିବେଶ ସନ୍ତୁଳନ ରକ୍ଷା ଉପରେ ଆଲୋକପାତ କରିଥିଲେ। ଝାରସୁଗୁଡ଼ା ବନଖଣ୍ଡ ଅଧିକାରୀ ଶ୍ରୀ ବିଜୟ କୁମାର ପ୍ରଧାନ ଏବଂ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
୨୦୨୬ ବର୍ଷରେ ଉଲ୍ଲେଖନୀୟ ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନିକ୍ତିମାଲ ଗ୍ରାମ ପଞ୍ଚାୟତକୁ ‘ସର୍ବଶ୍ରେଷ୍ଠ ପଞ୍ଚାୟତ’ ଏବଂ ବାବୁଛିପିଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ‘ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ଭାବେ ପୁରସ୍କୃତ କରାଯାଇଥିଲା। ଏହି ଉପଲକ୍ଷେ ନିକ୍ତିମାଲ ପଞ୍ଚାୟତର ସରପଞ୍ଚ ଏବଂ ବାବୁଛିପିଡ଼ିହି ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।


0 Comments