*ଝାରସୁଗୁଡ଼ା ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ଓ ମ୍ୟାପିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ

*ଝାରସୁଗୁଡ଼ା  ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ଓ ମ୍ୟାପିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡି.ଏମ୍.ଏଫ୍ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଜିଲ୍ଲାର ଯେଉଁ ବୁଥ୍ ସ୍ତରୀୟ ଅଧିକାରୀ (BLO) ମାନଙ୍କର ପ୍ରଦର୍ଶନ ୬୦ ପ୍ରତିଶତରୁ କମ୍ ରହିଛି, ସେମାନଙ୍କ କାର୍ଯ୍ୟକଳାପକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏଥିରେ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରି-ଏସ୍.ଆଇ.ଆର୍-୨୦୨୬ (Pre-SIR-2026) ପ୍ରକ୍ରିୟା ଅଧୀନରେ ଚାଲିଥିବା ଭୋଟର ମ୍ୟାପିଂ କାର୍ଯ୍ୟକୁ ସମୀକ୍ଷା କରି ଜିଲ୍ଲାପାଳ କହିଛନ୍ତି ଯେ, ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଗଣତନ୍ତ୍ରର ମୂଳଦୁଆ। ଏଥିରେ କୌଣସି ପ୍ରକାରର ଶିଥିଳତା ଗ୍ରହଣୀୟ ନୁହେଁ। ବ୍ରଜରାଜନଗର ଓ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ନିମ୍ନ ପ୍ରଦର୍ଶନକାରୀ ବି.ଏଲ୍.ଓ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାକି ରହିଥିବା ଭୋଟର ଯାଞ୍ଚ ଓ ତଥ୍ୟ ଅପଲୋଡ୍ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଆସନ୍ତା ମାର୍ଚ୍ଚ ୨୩ ରିଖରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଝାରସୁଗୁଡ଼ା ଗସ୍ତ କରି ପ୍ରି-ଏସ୍.ଆଇ.ଆର୍ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ପୂର୍ବରୁ ସମସ୍ତ ଅଧିକାରୀ ନିଜ ନିଜ ଅଞ୍ଚଳର ଅପଡେଟେଡ୍ ରିପୋର୍ଟ ଓ ରେକର୍ଡ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।


ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ସମସ୍ତ ଇ.ଆର.ଓ ଏ.ଇ.ଆର.ଓ ବି.ଡି.ଓ, ତହସିଲଦାର ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ତଥ୍ୟ ଉପସ୍ଥାପନ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done