ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱିତୀୟ ମହଲାରେ ଥିବା DMF ଅଡିଟୋରିୟମ ହଲରେ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦:୩୦ ରୁ ଅପରାହ୍ନ ୨:୦୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ରାଜ୍ୟର ଅଗ୍ରଣୀ କମ୍ପାନୀମାନେ ଯୋଗଦେଇ ଯୋଗ୍ୟ ପ୍ରାର୍ଥୀ ଚୟନ କରିବେ। ଏହି ନିଯୁକ୍ତି ମୁଖ୍ୟତଃ ଝାରସୁଗୁଡ଼ା ଏବଂ ସମ୍ବଲପୁର ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ରହିବ।
ଦଶମ ଶ୍ରେଣୀ ପାସ୍, ଯୁକ୍ତ ଦୁଇ (+2), ଆଇଟିଆଇ (ITI), ଡିପ୍ଲୋମା, ସାଧାରଣ ସ୍ନାତକ (Any Graduate) ସହିତ ବିଶେଷ କରି B.Com, M.Com, MBA (Finance), CA Inter ଏବଂ CMA କରିଥିବା ଛାତ୍ରଛାତ୍ରୀମାନେ ଏହି ସାକ୍ଷାତକାରରେ ଭାଗ ନେଇପାରିବେ।ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଅପଡେଟେଡ୍ ରେଜ୍ୟୁମେ (Resume), ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ, ପରିଚୟ ପତ୍ର (ID Proof) ଏବଂ ନିକଟ ଅତୀତର ପାସପୋର୍ଟ ସାଇଜ୍ ଫଟୋ ସହିତ ସିଧାସଳଖ ସାକ୍ଷାତକାର ପାଇଁ ଉପସ୍ଥିତ ରହିବାକୁ ଜିଲ୍ଲା ନିୟୋଜନ ଅଧିକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ଅଧିକ ସୂଚନା ପାଇଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି।


0 Comments