'ନିଶାମୁକ୍ତ ଓଡ଼ିଶା ଅଭିଯାନ' ରେ ବେଲପାହାଡ଼ ପୁଲିସ ଦ୍ୱାରା ୩ କେଜି ଗଞ୍ଜେଇ ଜବତ |
ରାଜ୍ୟ ସରକାରଙ୍କ 'ନିଶାମୁକ୍ତ ଓଡ଼ିଶା ଅଭିଯାନ' ଅନ୍ତର୍ଗତ ବେଲପାହାଡ଼ ପୁଲିସ ବେଆଇନ ନିଶା କାରବାର ଉପରେ ଚଢ଼ଉ କରି ପୁଲିସ ୩ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି।
ସୂଚନା ଅନୁଯାଇ , ଗୁମାଡେରା ମୁଖ୍ୟ ବଜାର ଅଞ୍ଚଳରେ ଗଞ୍ଜେଇ କାରବାର ହେଉଥିବା ଖବର ପାଇ ପୁଲିସ ତୁରନ୍ତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ସନ୍ତୋଷ ମହାରାଜ କୁ କାବୁ କରାଯାଇ ଅଭିଯୁକ୍ତ ନିକଟରୁ ୩ କେଜି ୭୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହା ବ୍ୟତୀତ ଅଭିଯୁକ୍ତଙ୍କ ଠାରୁ ନିଶା କାରବାରରୁ ମିଳିଥିବା ନଗଦ ୧୩,୨୫୦ ଟଙ୍କା, ଏକ ମୋବାଇଲ ଫୋନ୍ ଏବଂ ଚୋରା ଚାଲାଣରେ ବ୍ୟବହୃତ ଏକ ହିରୋ ହୋଣ୍ଡା ବାଇକ କୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ବେଲପାହାଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


0 Comments