ବିଜେଡିରୁ ୬ ବିଧାୟକ ନିଲମ୍ବିତ


 ବିଜେଡିରୁ ୬ ବିଧାୟକ ନିଲମ୍ବିତ , ରାଜ୍ୟସଭା ନିର୍ବାଚନରେ ‘କ୍ରସ୍ ଭୋଟିଂ’ ପଡ଼ିଲା ମହଙ୍ଗା | 

ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ରାଜ୍ୟସଭା ନିର୍ବାଚନରେ ‘କ୍ରସ୍ ଭୋଟିଂ’ କରିବା ଅଭିଯୋଗରେ ବିଜୁ ଜନତା ଦଳ ର ୬ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳର ସଭାପତି  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ ହୋଇଥିବା ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କାହ୍ନର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବିଧାୟିକା ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। ସୂଚନାଯୋଗ୍ୟ ଯେ, ଗତ ରାଜ୍ୟସଭା ନିର୍ବାଚନ ସମୟରେ ଏହି ବିଧାୟକମାନେ ଦଳୀୟ ନୈତିକତା ଉଲ୍ଲଂଘନ କରି ବିରୋଧୀ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ଦଳର ମୁଖ୍ୟ ଙ୍କ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଏବଂ ଶୃଙ୍ଖଳା କମିଟିର ରିପୋର୍ଟକୁ ଭିତ୍ତି କରି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ଚରମ ନିଷ୍ପତ୍ତି ନିଆଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done