ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଏବଂ ମହିଳାଙ୍କ ସଂରକ୍ଷଣକୁ ନେଇ ପ୍ରସ୍ତାବ


 ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଏବଂ ମହିଳାଙ୍କ ସଂରକ୍ଷଣକୁ ନେଇ ପ୍ରସ୍ତାବ ।

ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଏବଂ ଲୋକସଭାରେ ମହିଳାଙ୍କ ସଂରକ୍ଷଣ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ବିଲ୍ ଆଣିପାରନ୍ତି । ସୂତ୍ର ଅନୁଯାୟୀ, ସରକାର ଲୋକସଭାର ବର୍ତ୍ତମାନର ୫୪୩  ଆସନକୁ ୮୧୬ କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଉଛନ୍ତି । ଯେଉଁଥିରୁ ୨୭୩ ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ୨୦୧୧ ଜନଗଣନା ତଥ୍ୟ ଆଧାରରେ, ସୀମା ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତି ଚାଲିଛି । ମୋଟ ଆସନର ୩୩% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହି ପରିବର୍ତ୍ତନ ପରେ, ବିଭିନ୍ନ ରାଜ୍ୟରେ ଆସନ ସଂଖ୍ୟା ନିମ୍ନ ମତେ ହୋଇପାରେ । ଉତ୍ତର ପ୍ରଦେଶରେ ବର୍ତ୍ତମାନ ୮୦ ଟି ଆସନ ରହିଥିବା ବେଳେ ଏହା ବୃଦ୍ଧି ହୋଇ ୧୨୦ କୁ ପହଞ୍ଚି ପାରେ । ସେହିପରି ବିହାର ରେ ୪୦ ଆସନରୁ ୬୦ କୁ ପହଞ୍ଚିବାର ସମ୍ଭାବନା ରହିଛି । ପଶ୍ଚିମବଙ୍ଗ ରାଜ୍ୟରେ ୪୨ ରୁ  ୬୩ କୁ ଏହି ଆସନ ବୃଦ୍ଧି ହେବ । ମହାରାଷ୍ଟ୍ର ରେ ଏହି ଆସନ ସଂଖ୍ୟା ୪୮ ରୁ ୭୨ ହେବ । ତାମିଲନାଡୁ ରେ ଆସନ ୩୯ ଥିବା ବେଳେ ୫୯ ଆସନ ହେବାକୁ ଯାଉଛି  । କର୍ଣ୍ଣାଟକରେ ଏହି ଆସନ ସଂଖ୍ୟା ୨୮ ରୁ ୪୨ ହେବାକୁ ଯାଉଛି । ଗୁଜୁରାଟ ୨୬ ଟି  ଆସନ ଥିବା ବେଳେ ଏହା ବୃଦ୍ଧି ହୋଇ ୩୯ ହେବ । ରାଜସ୍ଥାନରେ ୨୫ ଆସନ ରହିଛି ତାହା ବୃଦ୍ଧି ହୋଇ ୩୮ ହେବ । ଆନ୍ଧ୍ର ପ୍ରଦେଶରେ ବର୍ତ୍ତମାନ ଲୋକସଭା ଆସନ ୨୫ ଥିବା ବେଳେ ଏହା ବୃଦ୍ଧି ହେବା ପରେ ୩୮ ରେ ପହଞ୍ଚିବ । ବର୍ତ୍ତମାନ ଓଡିଶାରେ ଲୋକସଭା ଆସନ ୨୧ ଥିବା ବେଳେ ପରିବର୍ତ୍ତନ ପରେ ଏହା ୩୨ କୁ ବୃଦ୍ଧି ହୋଇ ପରେ । କେରଳ ୨୦ ଆସନ ରୁ ୩୦ ଆସନକୁ ବୃଦ୍ଧି କରି ପାରେ । ଝାରଖଣ୍ଡ ୧୪ ଆସନରୁ ସିଧା ୨୧ କୁ ପହଞ୍ଚି ପାରେ ଏବଂ ଦିଲ୍ଲୀ ୭ ରୁ ୧୧ କୁ ପହଞ୍ଚି ପାରେ ବୋଲି ଆଶା କରାଯାଉଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done