ବ୍ରଜରାଜନଗର ଅଞ୍ଚଳବାସୀ ସଂରଖିତ ଜଙ୍ଗଲର ୪୬୯ ଗଛ କଟା କୁ ନେଇ ବଢୁଛି ଜଣ ଅସନ୍ତୋଷ ପୌର ନିର୍ବାହୀ ଅଧିକାରୀ ନା ରେ ଥାନାରେ ଏତଲା।


 ବ୍ରଜରାଜନଗର ସହରରେ ପ୍ରସ୍ତାବିତ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣକୁ ନେଇ ବିବାଦ ଏବେ ଆହୁରି ମୁଣ୍ଡ ଟେକିଲାଣି, ଯେଉଁଠାରେ ସ୍ଥାନୀୟ ସଚେତନ ନାଗରିକ ମାନେ ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଥାନାରେ ଏଫ୍‌ଆଇଆର୍ (FIR) କରିଛନ୍ତି। ସାମାଜିକ କର୍ମୀ ସୁପ୍ରିତ ବେହେରା ଏବଂ ମହେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ଖଲିଆକାନୀ ଏବଂ ବ୍ରଜରାଜନଗର କଲେଜ ମଧ୍ୟରେ ନୂତନ ଭାବେର ପ୍ରସ୍ତାବିତ ସ୍ଥାନରେ ପ୍ରାୟ ୪୬୯ଟି  ଗଛକୁ ବେଆଇନ୍  ଭାବେ କାଟି ଦିଆଯାଇଛି, ଯାହାଦ୍ୱାରା ବ୍ୟାପକ ପରିବେଶ କ୍ଷତି ହୋଇଛି। ନାଗରିକମାନେ ଅଭିଯୋଗ କରିଛନ୍ତି ଯେ ପ୍ରାୟ ୧୪ ବର୍ଷ ପୂର୍ବେ ମଙ୍ଗଳା ମନ୍ଦିର ନିକଟରେ ବସ୍ ଷ୍ଟାଣ୍ଡ ପାଇଁ ସ୍ଥାନ ଚିହ୍ନଟ କରାଯାଇ ୭୦-୮୦ଟି ପରିବାରକୁ ସେଠାରୁ ଉଚ୍ଛେଦ କରାଯାଇଥିଲା, ଏବଂ ସେଠାରେ ପାଚେରୀ ନିର୍ମାଣ ପାଇଁ ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ସରିଛି। ଏହା ସତ୍ତ୍ୱେ ପୁରୁଣା ଯୋଜନାକୁ ପଛକୁ ଠେଲି ନୂଆ ସ୍ଥାନରେ ନିର୍ମାଣ କରିବା ସରକାରୀ ଅର୍ଥର ଖୋଲାଖୋଲି ଅପବ୍ୟୟ ହେଉଛି। ସୁପ୍ରିତ ବେହେରା କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଅଧିକାରୀଙ୍କ ଜନବିରୋଧୀ ନୀତି ଯୋଗୁଁ ବ୍ରଜରାଜନଗର ବିକାଶ କ୍ଷେତ୍ରରେ ୧୦ ବର୍ଷ ପଛକୁ ଚାଲିଯାଇଛି ଏବଂ ଏହି ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦାବି କରିଛନ୍ତି ଓ ଗ୍ରେଡ ୱନ ଅଧିକାରୀ  ୩ ବର୍ଷ ରୁ ଉର୍ଦ୍ଧ ନରହିବାର୍ ନିୟମ ନଥିବାବେଳେ  କାର୍ଯ୍ୟ ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ କିପରି ୪ ବର୍ଷ ରୁ ଉର୍ଦ୍ଧ ହେଲା ଗାଦି ମାଡ଼ି ବସିଛନ୍ତି ଅଭିଯୋଗକାରୀ ମାନେ ଓ ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି,

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done