ଏଲପିଜି ରିଫିଲ ନିୟମରେ କୌଣସି ପରିବର୍ତ୍ତନ ନାହିଁ | ଭୁଲ ସୂଚନା ଦେଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ


 ଏଲପିଜି ରିଫିଲ ନିୟମରେ କୌଣସି ପରିବର୍ତ୍ତନ ନାହିଁ | ଭୁଲ ସୂଚନା ଦେଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ | 


ରନ୍ଧନ ଗ୍ୟାସ ରିଫିଲ ବୁକିଂ ନିୟମାବଳୀରେ ପରିବର୍ତ୍ତନ ଘଟାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସୂଚନାକୁ ସମ୍ପୂର୍ଣ୍ଣ ଭ୍ରାନ୍ତ ଓ ଭିତ୍ତିହୀନ ବୋଲି ଖଣ୍ଡନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ । ଏଲପିଜି ରିଫିଲ ବୁକିଂ ସମ୍ପର୍କୀୟ ବିଦ୍ୟମାନ ନିୟମରେ କୌଣସି ରଦବଦଳ କରାଯାଇନଥିବା ସ୍ପଷ୍ଟ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବିବୃତି ପ୍ରଦାନ କରିଛି । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଦୁଇଟି ରିଫିଲ ବୁକିଂ ମଧ୍ୟରେ ସର୍ବନିମ୍ନ ସମୟ ବ୍ୟବଧାନ ପୂର୍ବ ପରି ରହିଛି । ସହରାଞ୍ଚଳରେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନର ବ୍ୟବଧାନ ନିୟମ ଅପରିବର୍ତ୍ତିତ ଭାବେ ଜାରି ରହିଛି ।

ବିଗତ କିଛି ଦିନ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏଲପିଜି ବୁକିଂ ପ୍ରକ୍ରିୟାରେ ନୂତନ ଶର୍ତ୍ତ ଆରୋପ ହୋଇଥିବା ସୂଚନା ବ୍ୟାପକ ପ୍ରସାରିତ ହୋଇ ଗ୍ରାହକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଆତଙ୍କ ଯୋଗୁଁ ଅନେକ ଗ୍ରାହକ ଅନାବଶ୍ୟକ ତ୍ୱରାନ୍ୱିତ ବୁକିଂ କରିବା ଆରମ୍ଭ କରିଥିଲେ । ଏପରି ପରିସ୍ଥିତିରେ ମନ୍ତ୍ରଣାଳୟ ଗ୍ରାହକମାନଙ୍କୁ ଆହ୍ୱାନ କରିଛି ଯେ ସେମାନେ ଭୁଲ ସୂଚନାରେ ବିଶ୍ୱାସ ନକରି ଆତଙ୍କିତ ବୁକିଂରୁ ବିରତ ରୁହନ୍ତୁ । ଚାହିଦା ପୂରଣ ନିମନ୍ତେ ଯଥେଷ୍ଟ ଏଲପିଜି ମହଜୁଦ ରହିଛି ଏବଂ ଯୋଗାଣ ପରିସ୍ଥିତି ସ୍ୱାଭାବିକ ଅଛି ବୋଲି ନିଶ୍ଚିତ କରାଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done