ଝାରସୁଗୁଡ଼ା ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ମହିଳାମାନଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଆଇନଗତ ସଚେତନତାକୁ ପ୍ରାଧାନ୍ୟ ଦେଇ ଦୁଇଦିନିଆ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି


 ଝାରସୁଗୁଡ଼ା ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ମହିଳାମାନଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଆଇନଗତ ସଚେତନତାକୁ ପ୍ରାଧାନ୍ୟ ଦେଇ ଦୁଇଦିନିଆ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମାର୍ଚ୍ଚ ୨୫ ଓ ୨୬ ରିଖରେ ଯଥାକ୍ରମେ କିର୍ମିରା ବ୍ଲକ୍ କ୍ୟାମ୍ପସ ଏବଂ ବେଳପାହାଡ଼ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦେଇ ନିଜର ଅଧିକାର ଓ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଶିକ୍ଷା ଲାଭ କରିଛନ୍ତି।

ମାର୍ଚ୍ଚ ୨୫ରେ କିର୍ମିରା ବ୍ଲକ୍ ପରିସରରେ ଆୟୋଜିତ ଉତ୍ସବରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସ୍ୱାଭିମାନର ସହ ବଞ୍ଚିବା ଓ ନିଜ ଅଧିକାର ପ୍ରତି ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ରଘୁଜୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସେହିଦିନ ସନ୍ଧ୍ୟାରେ ଅତିଥିମାନେ କଟାପାଲିସ୍ଥିତ 'ଆଶ୍ରା' ମାନସିକ ଅନଗ୍ରସର ମହିଳା କେନ୍ଦ୍ର ପରିଦର୍ଶନ କରି ସେଠାକାର ଅନ୍ତେବାସୀଙ୍କ ରହଣି ଓ ସୁବିଧା ଅସୁବିଧାର ସମୀକ୍ଷା କରିଥିଲେ।

ଏଥିସହ ଆଜି ମାର୍ଚ୍ଚ ୨୬ ରିଖରେ ବେଳପାହାଡ଼ କଲ୍ୟାଣ ମଣ୍ଡପଠାରେ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ମଧ୍ୟ ମୁଖ୍ୟ ଅତିଥି ଶ୍ରୀମତୀ ମୁକ୍ତା ସାହୁ ନାରୀ ସୁରକ୍ଷା ଓ ସମାଜରେ ମହିଳାଙ୍କ ମର୍ଯ୍ୟାଦା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଜୟନ୍ତୀ ଗର୍ତିଆ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉଭୟ ଦିନର କାର୍ଯ୍ୟକ୍ରମରେ SEHADA ର ନିର୍ଦ୍ଦେଶିକା ଶ୍ରୀମତୀ ଆନନ୍ଦିନୀ ପାଢ଼ୀ ଏବଂ CWC ଚେୟାରପର୍ସନ୍ ଶ୍ରୀ ଆଶିଷ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଠୋର ଆଇନ ଯଥା— ଲିଙ୍ଗଗତ ହିଂସା (GBV), POSH ଆଇନ, POCSO, ଯୌତୁକ ନିରୋଧ ଆଇନ ଏବଂ ଡାହାଣୀ ସନ୍ଦେହ ନିରୋଧ ଆଇନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ DCPO ଶ୍ରୀ ସୁନନ୍ଦ ମହାରଣା ସଂଚାଳନ କରିଥିବା ବେଳେ ଜିଲ୍ଲା ସଂରକ୍ଷକ (ମହିଳା ସଶକ୍ତିକରଣ) ଶ୍ରୀ ଲିଲେଶ୍ୱର ସାହୁ, ପୋଷଣ ଜିଲ୍ଲା ସଂରକ୍ଷକ ଶ୍ରୀ ରମାକାନ୍ତ ନାୟକ ଏବଂ ହବ୍ ଷ୍ଟାଫ୍‌ମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ PO ସଦର ଶ୍ରୀମତୀ ମୀନାକ୍ଷୀ ରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done