ପଞ୍ଚପଡ଼ା ଗାନ୍ଧୀ ସ୍ମୃତି ସଦନର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ; ନିର୍ମାଣଧୀନ ଛାତ ଉପରକୁ ଯାଇ କାର୍ଯ୍ୟର ମାନ ଯାଞ୍ଚ କଲେ ଜିଲ୍ଲାପାଳ*


 ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ପଞ୍ଚପଡ଼ା ଗ୍ରାମ ଗସ୍ତ କରି ସେଠାରେ ଥିବା 'ଗାନ୍ଧୀ ସ୍ମୃତି ସଦନ'ର ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପଞ୍ଚପଡ଼ାର ଜନ୍ମିତ ମହାନ ସ୍ୱାଧୀନତା ସଂଗ୍ରାମୀ ଚିନ୍ତାମଣି ପୂଜାରୀଙ୍କ ସ୍ମୃତି ସହ ଜଡ଼ିତ ହୋଇଥିବାରୁ, ଏହାର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣକୁ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି।

ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ଏକ ନିଆରା ରୂପ ଦେଖିବାକୁ ମିଳିଥିଲା। କେବଳ ତଳେ ରହି କାର୍ଯ୍ୟର ସମୀକ୍ଷା ନକରି, ଜିଲ୍ଲାପାଳ ଶ୍ରୀ ଚହ୍ବାଣ ନିଜେ ନିର୍ମାଣଧୀନ କୋଠାର ଛାତ ଉପରକୁ ଚଢ଼ିଥିଲେ। ସେଠାରେ ସେ ବ୍ୟକ୍ତିଗତ ଭାବେ ନିର୍ମାଣ କାର୍ଯ୍ୟର ମାନ ଓ ଗୁଣବତ୍ତା ଅନୁଧ୍ୟାନ କରିଥିଲେ। ପ୍ରକଳ୍ପରେ ଯେପରି କୌଣସି ପ୍ରକାର ନିମ୍ନମାନର କାର୍ଯ୍ୟ ନହୁଏ, ସେଥିପାଇଁ ସେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done