ଝାରସୁଗୁଡ଼ା ଜିଲ୍ଲାରେ ପରିବହନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ସହରରୁ ଟ୍ରାଫିକ୍ ଭିଡ଼ କମାଇବା ଲକ୍ଷ୍ୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ପାନ୍ଦ୍ରିପଥର ସ୍ଥିତ ନିର୍ମାଣଧୀନ ଟ୍ରକ୍ ଟର୍ମିନାଲ୍ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଏବଂ ଚାଲୁ ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରୁ ଏହି ପ୍ରକଳ୍ପ ବାବଦରେ ଅନୁଧ୍ୟାନ କରିଥିଲେ।
ପରିଦର୍ଶନ କାଳରେ ଜିଲ୍ଲାପାଳ ଟର୍ମିନାଲ ମଧ୍ୟରେ ଥିବା ଅନ୍ୟାନ୍ୟ ସାଧାରଣ ସୁବିଧାଗୁଡ଼ିକର ଯାଞ୍ଚ କରିଥିଲେ। ଟ୍ରକ୍ ଚାଳକମାନେ ଯେପରି ସୁବିଧାରେ ଗାଡ଼ି ପାର୍କିଂ କରିପାରିବେ ଏବଂ ସେମାନଙ୍କ ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କିପରି ସୁନିଶ୍ଚିତ ହେବ, ସେ ନେଇ ଜିଲ୍ଲାପାଳ ଉପସ୍ଥିତ ଇଞ୍ଜିନିୟର ଓ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଫଳରେ ଝାରସୁଗୁଡ଼ା ମୁଖ୍ୟ ରାସ୍ତାରେ ବେଆଇନ ପାର୍କିଂ ସମସ୍ୟା ଦୂର ହେବ ଏବଂ ଦୁର୍ଘଟଣା ହାର ହ୍ରାସ ପାଇବ।ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଜିଲ୍ଲା ପରିବହନ ବିଭାଗ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ବାକି ରହିଥିବା କାର୍ଯ୍ୟକୁ ଖୁବ୍ ଶୀଘ୍ର ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।


0 Comments