ଏହି ସଭାରେ ଜିଲ୍ଲା ଅଗ୍ରଣୀ ପ୍ରବନ୍ଧକ ଶୀରପାଣି ନାୟକ ଯୋଗଦେଇ ଚିଟ୍ ଫଣ୍ଡର ଅପକାରିତା ଏବଂ ଜନସାଧାରଣ କିଭଳି ପ୍ରତାରଣାର ଶିକାର ନହେବେ ସେ ବିଷୟରେ ସତର୍କ କରାଇଥିଲେ। ଏହାସହ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିମା ଓ ପେନସନ ଯୋଜନାର ଲାଭ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଝାରସୁଗୁଡ଼ା ଓ.ଏଲ୍.ଏମର ଡି.ପି.ଏମ୍ ପୁଷ୍ପଶ୍ରୀ ନାୟକ ଯୋଗଦେଇ ଆର୍ଥିକ ସାକ୍ଷରତାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିବା ବେଳେ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଝାରସୁଗୁଡ଼ା ଶାଖାର ଅଧିକାରୀ ସୁମିତ ପ୍ରମାଣିକ ବର୍ତ୍ତମାନ ସମୟର ଚିନ୍ତାର ବିଷୟ ପାଲଟିଥିବା ସାଇବର ଅପରାଧ ଏବଂ ଏହାର ନିରାକରଣ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ କର୍ମଚାରୀ ହେମକାନ୍ତ ବାଗ ଓ ଜଗନ୍ନାଥ ରାଉତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।


0 Comments