ଝାରସୁଗୁଡ଼ା ପୌରପାଳିକାରେ ନିର୍ମିତ ବହୁମୁଖୀ ପ୍ରେକ୍ଷାଳୟ ପରିଦର୍ଶନ କଲେ ଜିଲ୍ଲାପାଳ


 -ଜିଲ୍ଲାର ୩ଟି ପୌରପାଳିକା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ

ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଆଜି ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ବହୁମୁଖୀ ପ୍ରେକ୍ଷାଳୟ (Multi-purpose Hall) ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ନବନିର୍ମିତ କୋଠାର, ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ସୁବିଧାର ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହି ବହୁମୁଖୀ ପ୍ରେକ୍ଷାଳୟ ଗୁଡ଼ିକ ସହାୟକ ହେବ। ପରିଦର୍ଶନ କାଳରେ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସମ୍ପୂର୍ଣ୍ଣ ହୋଇସାରିଥିବା ବହୁମୁଖୀ ପ୍ରେକ୍ଷାଳୟ ଗୁଡ଼ିକୁ ଜିଲ୍ଲାର ୩ଟି ପୌରପାଳିକା କର୍ତ୍ତୃପକ୍ଷଙ୍କୁ ତୁରନ୍ତ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ପୌରପାଳିକାର ବରିଷ୍ଠ ଅଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଗୁଣବତ୍ତା ବଜାୟ ରଖିବା ସହିତ ସାର୍ବଜନୀନ ବ୍ୟବହାର ଉପଯୋଗୀ କରିବା ପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done