ଝାରସୁଗୁଡ଼ା ଜିଲ୍ଲାସ୍ତରୀୟ ଡିଏଲଏସଡବ୍ଲୁସିଏ କମିଟି ବୈଠକ ଅନୁଷ୍ଠିତ*


 -ଜିଲ୍ଲାରେ ୮୩.୫୬ କୋଟି ଟଙ୍କାର ପୁଞ୍ଜିନିବେଶକୁ ନେଇ ଆଲୋଚନା

-୧୧୪୨ ଜଣଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଝାରସୁଗୁଡ଼ା: ଜିଲ୍ଲାର ଶିଳ୍ପାୟନ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ District Level Single Window Committee (DLSWCA) ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ମୁଖ୍ୟତଃ ପ୍ଲାଷ୍ଟିକ ରିସାଇକ୍ଲିଂ, ମାଣ୍ଡିଆ ବେକେରୀ, ରିଫ୍ରାକ୍ଟ୍ରି ବ୍ରିକ୍ସ ନିର୍ମାଣ ଏବଂ ରେଳୱେ ସାଇଡିଂ ଭଳି ବିଭିନ୍ନ କ୍ଷେତ୍ରର ୪ଟି ବୃହତ ପ୍ରକଳ୍ପ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ପ୍ରାୟ ୮୩.୫୬ କୋଟି ଟଙ୍କାର ଏହି ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର ୧୧୪୨ ଜଣ ବ୍ୟକ୍ତିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ କମିଟି ପକ୍ଷରୁ ଏକ ପ୍ଲାଷ୍ଟିକ ରିସାଇକ୍ଲିଂ ୟୁନିଟକୁ ପ୍ରାଥମିକ ଭାବେ ଅନୁମୋଦନ ପ୍ରଦାନ କରାଯାଇଛି। 

ଏହି ବୈଠକରେ ଉପ-ଜିଲ୍ଲାପାଳ, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ଇଡକୋ ପ୍ରତିନିଧି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ବାଣିଜ୍ୟିକ କର ବିଭାଗର ଉପ-କମିଶନର, ମୁଖ୍ୟ ଜିଲ୍ଲା ବ୍ୟାଙ୍କ ପ୍ରବନ୍ଧକ, ଝାରସୁଗୁଡ଼ା ଓ କୋଲାବିରା ତହସିଲଦାର ଏବଂ ଦୀପା (DIPA) ଟିମ୍ ଉପସ୍ଥିତ ରହି ବିଭିନ୍ନ ଶିଳ୍ପ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done