ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ଝାରସୁଗୁଡ଼ା ପୋଲିସ ଜାଲରେ ନାବାଳକ


 ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ  ଝାରସୁଗୁଡ଼ା ପୋଲିସ ଜାଲରେ ନାବାଳକ। 

ଇଣ୍ଟରନେଟ୍ ଓ ସୋସିଆଲ ମିଡିଆର ଅପବ୍ୟବହାର ବିରୋଧରେ ଝାରସୁଗୁଡ଼ା ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଶୁ ଯୌନ ନିର୍ଯାତନା ସମ୍ବନ୍ଧୀୟ ଆପତ୍ତିଜନକ ସାମଗ୍ରୀ (CSAM) ଭାଇରାଲ୍ କରିବା ଅଭିଯୋଗରେ ରେଙ୍ଗାଲି ଥାନା ପୋଲିସ ଜଣେ ନାବାଳକକୁ କାବୁ କରିଛି। ନାବାଳକ ଜଣକ ନିଜ ମୋବାଇଲ୍ ଫୋନ୍ ଜରିଆରେ ବିଭିନ୍ନ ଗ୍ରୁପରେ ଏହିସବୁ ନିଷିଦ୍ଧ ସାମଗ୍ରୀ ସେୟାର କରୁଥିବା ବେଳେ ଧରାପଡିଛନ୍ତି। ସୂଚନା ଅନୁଯାୟୀ, ଜାତୀୟ ନିଖୋଜ ଓ ନିର୍ଯାତିତ ଶିଶୁ କେନ୍ଦ୍ର (NCMEC) ଏବଂ ଆଇ-୪ସି (I4C)ରୁ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏକ ନିର୍ଦ୍ଦିଷ୍ଟ ମୋବାଇଲ୍ ନମ୍ବରରୁ ବାରମ୍ବାର ଅଶ୍ଳୀଳ ବିଷୟବସ୍ତୁ ଅପଲୋଡ୍ କରାଯାଉଥିବା ନେଇ ପ୍ରାୟ ୧୩ଟି ସାଇବର ଟିପଲାଇନ ରିପୋର୍ଟ ଆସିଥିଲା। ତଦନ୍ତରୁ ଜଣାପଡିଥିଲା ଯେ, ସମ୍ପୃକ୍ତ ନାବାଳକ ଇନଷ୍ଟାଗ୍ରାମ ଓ ମେସେଞ୍ଜରରେ ଅଶ୍ଳୀଳ ଭିଡିଓ ସେୟାର କରୁଥିଲେ। ପୋଲିସ ଆଇପି (IP) ଠିକଣା ଟ୍ରାକ୍ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।

ଏନେଇ ରେଙ୍ଗାଲି ଥାନାରେ ପକ୍ସୋ (POCSO), ଆଇଟି ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଜବତ କରାଯାଇ ତାଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (JJB)ରେ ହାଜର କରାଯାଇଛି। ସାଇବର ଅପରାଧ ବଢୁଥିବାରୁ ପିଲାଙ୍କ ଉପରେ କଡ଼ା ନଜର ରଖିବାକୁ ପୋଲିସ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done