ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ ୧ କୋଟି ୫୨ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ


 ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବ୍ଳକ ର ଉନ୍ନତି ପାଇଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ  ଦେଇଥିବା ଯୋଜନା ଗୁଡିକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଯୋଜନା ରେ ୧କୋଟି ୫୨ ଲକ୍ଷ ଟଙ୍କା ସହ ଯୋଜନା ଗୁଡିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଅନୁମୋଦନ କରିଛନ୍ତି |ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ର  ଝାରସୁଗୁଡା, ଲଇକେରା, କିର୍ମିରା, କୋଲାବିରା ଆଦି ବ୍ଳକ ରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ବିଭିନ୍ନ ଯୋଜନା କୁ ଅନୁମୋଦନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ୧ କୋଟି ୫୨ ଲକ୍ଷ ଅନୁଦାନ ରାଶି ସହ ଅନୁମୋଦନ କରିଛନ୍ତି |ସେଗୁଡିକ ହେଲା ଲଇକେରା ବ୍ଲକ ର ଭାତଲଇଡା ପଞ୍ଚାୟତ ର ଓଡ଼ିଆପାଲି ଭାଗବତ ଟୁଙ୍ଗି ପାଇଁ ୬ ଲକ୍ଷ ଟଙ୍କା, ସାରଙ୍ଗଲୋଇ ପଞ୍ଚାୟତ ର ମୟୁରଢ଼ୀପା ଜଗନ୍ନାଥ ମନ୍ଦିର କୀର୍ତନ ମଣ୍ଡପ ପାଇଁ ୮ ଲକ୍ଷ ଏବଂ ଅଇତାପାଲି ଦିବ୍ୟ ଦର୍ଶନ ଆଶ୍ରମ ପାଇଁ ୬ ଲକ୍ଷ ଟଙ୍କା, କୁଲେଇମୁରା ପଞ୍ଚାୟତ ର ଖଇରଡ଼ିହି ଗ୍ରାମ ର ଶିବ ମନ୍ଦିର ର ପୁନଃଉଦ୍ଧାର କାର୍ଯ୍ୟ ପାଇଁ ୬ଲକ୍ଷ ଟଙ୍କା, ସାହାସପୁର ମାଉସୀ ମା ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୭ ଲକ୍ଷ ଟଙ୍କା, ପାକେଲପଡା ପଞ୍ଚାୟତ ର ତାଲମୁଣ୍ଡା ଜଗନ୍ନାଥ ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୮ ଲକ୍ଷ ଟଙ୍କା, ବାବୁଚିପିଡ଼ିହି ବରଗଡ଼ ସମଲେଶ୍ୱରୀ ମନ୍ଦିର ପୁନଃଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା, ତିଳେଇମାଲ କୃଷ୍ଣଗୁରୁ ମଣ୍ଡପ ର ପୁନଃଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା ଏବଂ ମାଉସୀ ମା ମନ୍ଦିର ର ପାଇଁ ୬ ଲକ୍ଷ ଟଙ୍କା, କୋଲାବିରା ବ୍ଳକ ର ପରମାନପୁର ପଞ୍ଚାୟତ ର ମାଉସୀ ମା ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୮ ଲକ୍ଷ ଟଙ୍କା, କୋଲାବିରା ସମଲେଶ୍ୱରୀ ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୯ ଲକ୍ଷ ଟଙ୍କା, ରଘୁନାଥପାଲି ସିଂହୀବାହାଲ ଜଗନ୍ନାଥ ମନ୍ଦିର ପୁନଃଉଦ୍ଧାର ପାଇଁ ୭ ଲକ୍ଷ ଟଙ୍କା, ସମାସିଂହା ପଞ୍ଚାୟତ ବେଲମୁଣ୍ଡା ଗ୍ରାମ କାଳୀ ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା,କିର୍ମିରା ବ୍ଳକ ର ସୁଲେହି ର ଜଗନ୍ନାଥ ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା,ବନ୍ଧପାଲି ଅଗ୍ରିଆପଡା କୀର୍ତନ ମଣ୍ଡପ ର ପୁନଃ ଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା, କିର୍ମିରା ପଞ୍ଚାୟତ ବନ୍ଧପାଲି କୀର୍ତନ ମଣ୍ଡପ ର ପୁନଃ ଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା, ଝାରମୁଣ୍ଡା ବରପନ ଗ୍ରାମ ର ଜଗନ୍ନାଥ ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା, ଭୀମଜୋର ପଞ୍ଚାୟତ ର ଭଉଁରା ଗ୍ରାମ ର କୀର୍ତନ ମଣ୍ଡପ ର ପୁନଃ ଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା, ଝାରସୁଗୁଡା ବ୍ଳକ ର ଦଳକୀ ଗୌରପଡା କୀର୍ତନ ମଣ୍ଡପ ର ପୁନଃ ଉଦ୍ଧାର ପାଇଁ ୭ ଲକ୍ଷ ଟଙ୍କା, ବୃନ୍ଦାମାଲ ଶିବ ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୮ ଲକ୍ଷ ଟଙ୍କା, ଜମେରା ହରିଜନ ପଡା କୀର୍ତନ ମଣ୍ଡପ ର ଉନ୍ନତି ପାଇଁ ୬ ଲକ୍ଷ ଟଙ୍କା, ଦୁର୍ଲଗା ମଙ୍ଗଳୁପଡା ଠାରେ ନୂତନ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା, ଏଚ କଣ୍ଟାପାଲି ଗ୍ରାମ ପଞ୍ଚାୟତ ର ବେହେରାପାଟ ଠାରେ ସମଲେଶ୍ୱରୀ ମନ୍ଦିର ର ପୁନଃ ଉଦ୍ଧାର ପାଇଁ ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି |ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ର ଉନ୍ନତି ପାଇଁ ଚିନ୍ତା ପ୍ରକଟ କରି ଏହି ସବୁ ଉନ୍ନୟନ ମୂଳକ କାର୍ଯ୍ୟ କୁ ଅନୁମୋଦନ କରି ଅନୁମୋଦନ ରାଶି ମଧ୍ୟ ପ୍ରଦାନ କରିଥିବାରୁ ଝାରସୁଗୁଡା ବିଧାୟକ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done