ଝାରସୁଗୁଡା ର ତିନି ପ୍ରବେଶ ପଥ ରେ ଥିମେଟିକ ଗେଟ ନିର୍ମାଣ ପାଇଁ ପୂର୍ତ୍ତମନ୍ତ୍ରୀ ଙ୍କୁ ବିଧାୟକ ଙ୍କ ଚିଠି


 ଝାରସୁଗୁଡା ସହର ମଧ୍ୟ କୁ ରହିଥିବା ତିନୋଟି ପ୍ରବେଶ ପଥ ରେ ୩ ଟି ଥିମେଟିକ ଗେଟ ନିର୍ମାଣ ପାଇଁ ଓଡିଶା ରାଜ୍ୟ ସରକାର ଙ୍କ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ ଝାରସୁଗୁଡା ବିଧାୟକ ତ୍ରିପାଠୀ ମଙ୍ଗଳବାର ଚିଠି ଲେଖିଛନ୍ତି |ବିଧାୟକ ତ୍ରିପାଠୀ ମନ୍ତ୍ରୀ ହରିଚନ୍ଦନ ଙ୍କୁ ଦେଇଥିବା ଚିଠି ରେ ଉଲ୍ଲେଖ କରିଛନ୍ତି ଯେ ଝାରସୁଗୁଡା ଏକ ଐତିହାସିକ ସମ୍ପନ୍ନ ସହର ଅଟେ |ଏହା ର ଆକର୍ଷଣ ଓ ସାଂସ୍କୃତିକ ପରିଚୟ ପାଇଁ ଝାରସୁଗୁଡା ସହର କୁ ଆସିବା ପାଇଁ ରହିଥିବା ୩ ଟି ପ୍ରବେଶ ଦ୍ୱାର ରେ ୩ ଟି ଥିମେଟିକ ଗେଟ ନିର୍ମାଣ ପାଇଁ ଚିଠି ରେ ଉଲ୍ଲେଖ କରିଛନ୍ତି |ସୁନ୍ଦରଗଡ଼ ପଟୁ ଝାରସୁଗୁଡା କୁ ପ୍ରବେଶ କଲାବେଳେ ଏୟାରପୋର୍ଟ ରାସ୍ତା ରେ ଝାଡ଼େଶ୍ୱର ମନ୍ଦିର ଥିମ ପରି ଥିମେଟିକ ଗେଟ, ସମ୍ବଲପୁର ପଟୁ ଝାରସୁଗୁଡା କୁ ପ୍ରବେଶ କଲାବେଳେ ବଡ଼ମାଳ ରେ ମା ଅନ୍ଧାରି ଦେବି ଥିମ ପରି ଥିମେଟିକ ଗେଟ ଓ ବେଲପାହାଡ ଓ ରାୟଗଡ ପଟୁ ଝାରସୁଗୁଡା ପ୍ରବେଶ କଲାବେଳେ ମା ରାମଚଣ୍ଡୀ ଥିମ ପରି ଥିମେଟିକ ଗେଟ ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରିବା ପାଇଁ ଚିଠି ରେ ଦାବୀ କରିଛନ୍ତି |ଏହା ଦ୍ୱାରା ଜିଲ୍ଲା ବାହାର ର ଜନସାଧାରଣ ଝାରସୁଗୁଡା କୁ ପ୍ରବେଶ କଲାବେଳେ ଏହାର ଐତିହାସିକ, ସାଂସ୍କୃତିକ ପରିଚୟ ପାଇପାରିବେ ଏବଂଓଡିଶା ସରକାର ଙ୍କ ବିକ୍ଷିପ୍ତ ଓଡିଶା ଦୃଷ୍ଟକୋଣ ସହିତ ସମନ୍ୱୟ ରହି ପାରିବ ବୋଲି ଝାରସୁଗୁଡା ବିଧାୟକ ତ୍ରିପାଠୀ ପୂର୍ତ୍ତ ମନ୍ତ୍ରୀ ହରିଚନ୍ଦନ ଙ୍କୁ ଅନୁରୋଧ କରିଛନ୍ତି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done