ଗ୍ରୁପ ଲୋନ କରାଇଦେବାର ପ୍ରଲୋଭନ ଦେଖାଇ ନିରହୀ ମହିଳାଙ୍କ ଠାରୁ ଠକେଇ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଲଖନପୁର ପୋଲିସ l ଗିରଫ ଅଭିଯୁକ୍ତମାନେ କେନ୍ଦ୍ରାପଡ଼ାର ଜିଲ୍ଲାର ମଧୁସୁଦନ ସ୍ୱାଇଁ (୩୩) ଏବଂ ଝାରସୁଗୁଡା ଜିଲ୍ଲାର ଗୋକୁଳାନନ୍ଦ ବଗାର(୨୮ l ଅଭିଯୁକ୍ତମାନଙ୍କ ଠାରୁ ୧୧ ଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ, ୫ ଟି ପାସବୁକ, ୨ ଟି ସ୍ମାର୍ଟ ମୋବାଇଲ ଫୋନ ୨ ଟି ଜାଲ ଆଧାର କାର୍ଡ, ସାଇବର ଠକେଇ ସହ ଜଡିତ ଅନ୍ୟାନ୍ୟ ଦସ୍ତାବିଜ ପୋଲିସ ଜବତ କରିଛି ବୋଲି ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l


0 Comments