ଭାରୀଯାନ ଚଳାଚଳକୁ ନେଇ ରାଜପୁର ଗ୍ରାମବାସୀଙ୍କ ବିରୋଧ


 ଭାରୀଯାନ ଚଳାଚଳକୁ ନେଇ ରାଜପୁର ଗ୍ରାମବାସୀଙ୍କ ବିରୋଧ ।

ସମସ୍ୟା ନଶୁଣିଲେ ଆନ୍ଦୋଳନ କରିବା ନେଇ ଦେଲେ ଚେତାବନୀ ।

ଝାରସୁଗୁଡ଼ା ଜିଲ୍ଲା ରାଜପୁର ଗ୍ରାମରେ ଟ୍ରକ୍ ଓ କୋଇଲା ବୋଝେଇ ଭାରୀଯାନ ସର୍ବଦା ଯିବାଆସିବା କରୁଥିବାରୁ ଗ୍ରାମବାସୀ

ଅତିଷ୍ଠ ହୋଇପଡ଼ିଛନ୍ତି । ପ୍ରଦୂଷଣ ଓ ଦୁର୍ଘଟଣା ଭୟରେ ଗ୍ରାମବାସୀ ଶେଷରେ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ରାଜପୁର ସରପଞ୍ଚ ସରସ୍ବତୀ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର ସଂକୀର୍ଣ୍ଣ ରାସ୍ତାରେ ବହୁ ଭାରୀଯାନ ଚଳାଚଳ କରୁଥିବାରୁ ପ୍ରବଳ ଧୂଳି ଓ ଶବ୍ଦ ପ୍ରଦୂଷଣ ହେଉଛି । କେବଳ ସେତିକି ନୁହେଁ, ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାର ଗୁଡ଼ିକ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭାରୀଯାନ ନିମନ୍ତେ ଏକ ସ୍ବତନ୍ତ୍ର ବାଇପାସ୍ ରାସ୍ତା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି । ଏଥିସହ ଆସନ୍ତା ୭ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୌଣସ ପଦକ୍ଷେପ ନିଆନ ଗଲେ, ଗ୍ରାମବାସୀ ରାଜପଥ ଅବରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ସମିତିସଭ୍ୟ ଗଣେଶରାମ ବାଗ, ରାଜୀବ ପାଟ୍ଟଯୋଶୀ, ନାଏବ ସରପଞ୍ଚ କୌଶଲ୍ୟା ଦେହୁରୀଙ୍କ ସମେତ ୱାର୍ଡ ମେମ୍ବର ଭଗବତୀ ମାଝୀ, ଦ୍ରୋପଦୀ ପ୍ରଧାନ ଓ ଅନୁ କିସାନ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଶୀଘ୍ର ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done