ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଙ୍ଗା ଠାରେ ଭବ୍ୟ ପ୍ରସିଦ୍ଧ ମକର ମେଳା ଅବସରରେ ଧରଣୀଧର ସଂଗୀତ ପରିଷଦ ସମାସିଙ୍ଗା ର ଏଗାରତମ ବାର୍ଷିକ ଉତ୍ସବ ଆନୁକୂଲ୍ୟ ରେ ମାନ୍ୟବର ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ,ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ସମ୍ମାନୀୟ ଅତିଥି ,ବି.ଡି.ଓ କୋଲାବିରା ଶ୍ରୀ ଅଶୋକ ମାଝୀ, ସମାଜ ସେବୀ ତ୍ରିନାଥ ଗୁଆଲ, ଏସ.ଡି.ପି.ଓ ଝାରସୁଗୁଡା ଶ୍ରୀ ୟୁ. ଏସ. ସିଂ, ସଭାପତି ଶ୍ରୀ ତୁଲାରାମ ସେନାପତି, ଅଧ୍ୟକ୍ଷ ଗୁରୁ ଶ୍ରୀ ପ୍ରମୋଦ ଦାଶ,ଉପଦେଷ୍ଟା ଶ୍ରୀ ସଚିନ୍ଦ୍ର ପଟେଲ, ସମ୍ପାଦକ ଶ୍ରୀ ଅତୁଲ୍ୟ ଚାନ୍ଦ, ସର୍ବଶ୍ରୀ ନିର୍ମଲ ଚାନ୍ଦ, ତପନ ଜୟପୁରିଆ,ରବୀନ୍ଦ୍ର ପଣ୍ଡା, ସଞ୍ଜୟ କରାଲି, ମାନସ ହାତୀ ଓ ନୀଳିମା ଚାନ୍ଦଙ୍କ ସମେତ ପଶ୍ଚିମ ଓଡିଶା ର ବିଶିଷ୍ଟ ଶିଳ୍ପୀ ମାନଙ୍କ ସହିତ ମିଶି ଶତାଧିକ କଳାକାର ଓ ଦର୍ଶକଙ୍କ ସମାବେଶ ରେ ପ୍ରଥମେ ମାଆ ସରସ୍ବତୀ ଙ୍କ ଫୋଟୋ ଚିତ୍ର ରେ ପୂଜା ଆରାଧନା କରି କାର୍ଯ୍ୟକ୍ରମ ର ଆରମ୍ଭ ହୋଇଥିଲା ଓ ପଶ୍ଚିମ ଓଡିଶା କଳାକାର ମହା ସଂଗଠନ ତରଫରୁ ଆମ 'ରାଷ୍ଟ୍ରଗୀତ ' ବଂକିମ ଚନ୍ଦ୍ର ଚଟୋପାଧ୍ୟୟଙ୍କ ରଚିତ 'ବନ୍ଦେ ମାତରମ..' ଦେଢ଼ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତ ଅତିଥି ଓ କଳାକାର ସମବେତ କଣ୍ଠରେ ବିଧିବଦ୍ଧ ଗାୟନ କରାହୋଇ ଥିଲା l ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ପଂଚାୟତ, ବ୍ଲକ, ମୁନସିପାଲିଟି ଇତ୍ୟାଦି ସ୍ଥାନ ରେ ସମସ୍ତ ପ୍ରକାର କଳାକାର ମାନଙ୍କୁ ଏକସୁତ୍ର ରେ ବାନ୍ଧି ବନ୍ଦେମାତରମ ଗୀତ ର ଦେଢ଼ଶହ ବର୍ଷ ପୂର୍ତ୍ତି ପାଇଁ ଦେଢ଼ ସହ ଥର ପଶ୍ଚିମ ଓଡିଶା ରେ ବିଭିନ୍ନ ସ୍ଥାନ ମାନଙ୍କରେ ଗାନ କରିବା ର ପ୍ରୟାସ ଜାରିରହିଛି l ଏଥିରେ ମୁଖ୍ୟ ସଂଯୋଜକ ଲଖନପୁର 'ତିହାର ' ମହୋତ୍ସବ ର ସଭାପତି ଶ୍ରୀ ପିତାମ୍ବର ମିଶ୍ର ଓ ସଙ୍ଗୀତଜ୍ଞ ପ୍ରମୋଦ ଦାଶ ତଥା ଅନେକ କଳାକାର ଓ ସମାଜ ସେବୀ ଏହି ଆଭିମୁଖ୍ୟ କୁ ସଫଳ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି l


0 Comments