ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭା ସଦସ୍ୟ କରିବା ପାଇଁ ତିନି ପ୍ରମୁଖ ଦଳ ଙ୍କୁ ଦାବୀ କଲା ପ୍ରୟାସ ଚାରିଟେବଲ ଟ୍ରଷ୍ଟ


 ପଶ୍ଚିମ ଓ଼ଡିଶାର ବିଶିଷ୍ଟ ଲୋକ ଗାୟକ ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭା ସଦସ୍ୟ କରିବା ପାଇଁ ତିନି ପ୍ରମୁଖ ଦଳ ଙ୍କୁ ଦାବୀ ସହ ଅନୁରୋଧ କଲା ପ୍ରୟାସ ଚାରିଟେବଲ ଟ୍ରଷ୍ଟ l ଏନେଇ ଝାରସୁଗୁଡ଼ା,ସରବାହାଲ ଠାରେ ପ୍ରୟାସ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ  ସମ୍ମିଳନୀ ମାଧ୍ୟମରେ ସୁଦାମ ରୋହିଦାସ(ସଭାପତି ପ୍ରୟାସ ଚାରିଟେବଲ ଟ୍ରଷ୍ଟ) ଓଡ଼ିଶା ର ତିନି ପ୍ରମୁଖ ଦଳ ଆଗରେ ସର୍ବଦଳ ସହମତି କ୍ରମେ ରାଜ୍ୟସଭା ସଦସ୍ୟ କରାଯାଉ ବଳି ଦାବି କରିଥିଲେ l ଓଡ଼ିଶାରୁ ଚାରୋଟି ରାଜ୍ୟସଭା ସଦସ୍ୟ ଏପ୍ରିଲ ମାସରେ ସରିଯାଉଥିବାରୁ ଗୋଟିଏ ସଦସ୍ୟ ରେ ତିନି ପ୍ରମୁଖ ଦଳର ବହୁମତ ନ ଥିବାରୁ ପ୍ରକୁତ ପଶ୍ଚିମ ଓଡ଼ିଶା ର କଳା ସଂସ୍କୃତି ଓ ଭଲ ପାଉଥିବା କଳା ପ୍ରେମି ଓ ଦଳିତଙ୍କ ସମାଜକୁ ଉପଯୁକ୍ତ ସମ୍ମାନ ଦିଆଗଲା ବଳି ବୁଝାଜିବ ଯେହେତୁ ଅନେକ ସମୟରେ ବିଭିନ୍ନ ବର୍ଗ ରୁ ରାଜ୍ୟ ସଭାକୁ ପଠାଯାଇଥିବା ର ନଜିର ଅଛି। ଆଗରୁ ମଧ୍ୟ ପଦ୍ମଶ୍ରୀ ଡ. ହରିପାଲ ପାଇଁ ରାଜ୍ୟସଭାକୁ ପଠାଯିବା ପାଇଁ ଦାବି କରି ଆସୁଅଛୁ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ  ଉପସ୍ଥିତ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟ। ସୂର୍ଯ୍ୟ ମହାନ୍ତି ଏହି କାର୍ଯ୍ୟକ୍ରମରେ ସୁରୁ ଦେହେରୀଆ ,ମୋହନ ରୋହିଦାସ,ରାଜେଶ ରୋହିଦାସ,ରବି ରୋହିଦାସ ଆଦି ଉପସ୍ଥିତ ରହି ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ଜଣେ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଭାଷା ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚାଇ ଥିବା ଆଗଧାଡିର କଣ୍ଠ ଶିଳ୍ପୀ ଏଣୁ ଏପରି ବ୍ୟକ୍ତିଙ୍କୁ ବିଜେପି, ବିଜେଡି,କଂଗ୍ରେସ ରାଜ୍ୟସଭାକୁ ପଠାଇଲେ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ଓ ବିକାଶର ଉନ୍ନତି ଆଉ  ଅଧିକ ହେବ ବୋଲି  ଆଶା କରୁଛୁ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done