ଆସନ୍ତାକାଲି ୮ ଘଣ୍ଟିଆ ଓଡ଼ିଶା ବନ୍ଦ


 ଆସନ୍ତାକାଲି ୮ ଘଣ୍ଟିଆ ଓଡ଼ିଶା ବନ୍ଦ: ପ୍ରଭାବିତ ହୋଇପାରେ ଜନଜୀବନ | 

ମଣ୍ଡି ଅବ୍ୟବସ୍ଥା ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ଚାଷୀଙ୍କ ହୁଙ୍କାର; କଂଗ୍ରେସର ସମର୍ଥନ

ଧାନ କ୍ରୟରେ ବ୍ୟାପକ ଅନିୟମିତତା ଏବଂ ବିଦ୍ୟୁତ୍ ବିଭାଗର ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତିକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି 28 ଜାନୁଆରୀ ଦିନ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ଯୋଗୁଁ ରାଜ୍ୟରେ ଜନଜୀବନ ସ୍ତବ୍ଧ ହେବାର ଆଶଙ୍କା ରହିଛି। ଏହି ବନ୍ଦକୁ କଂଗ୍ରେସ ଓ ବାମଦଳ ନୈତିକ ସମର୍ଥନ ଜଣାଇଥିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେବା ସହ ଦୋକାନ ବଜାର ବନ୍ଦ ରହିପାରେ।

ସଂଗଠନର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ, କଟନୀ ଛଟନୀ ବନ୍ଦ, ଟାଟା ପାୱାରର ଜୁଲମ ଓ ଗାଡ଼ି ମାଲିକଙ୍କଠାରୁ ପରିବେଶ ପ୍ରଦୂଷଣ ନାଁରେ ମୋଟା ଅଙ୍କର ଜରିମାନା ଆଦାୟ ବନ୍ଦ କରିବା ଅନ୍ତର୍ଭୁକ୍ତ। ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ତେବେ ପରୀକ୍ଷାର୍ଥୀ, ଆମ୍ବୁଲାନ୍ସ, ଔଷଧ ଦୋକାନ ଓ କ୍ଷୀର ଗାଡ଼ି ଭଳି ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। କଂଗ୍ରେସ ନେତା ଭକ୍ତ ଚରଣ ଦାସ କର୍ମୀମାନଙ୍କୁ ଚାଷୀଙ୍କ ସମର୍ଥନରେ ବାହାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଶାସକ ବିଜେପି ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done