ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଂଚଳରେ ଚଢ଼ାଉ କରି ୩ ବନ୍ଧୁକ ଏବଂ ୭ ଟି ଜୀବନ୍ତ ଗୁଳି ଜବତ କରିବା ସହ ୩ ଜଣଂକୁ ଗିରଫ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ବ୍ରଜରାଜନଗର ର ସୌରଭ ୟାଦବ (21), ଆଦିତ୍ୟ ଶର୍ମା (19) ତୁଷାର ପଟ୍ଟନାୟକ (24) ବୋଲି ପୋଲିସ ସୂଚନା ଦେଇଛି l ବିହାର ରୁ ବନ୍ଧୁକ ଆଣି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଅଭିଯୁକ୍ତ ମାନେ ଏହାକୁ ବ୍ୟବହାର କରୁଥିଲେ l ତେବେ ବ୍ରଜରାଜନଗର ଭଳିଆ ଶିଳ୍ପ ସମୃଦ୍ଧ ଅଂଚଳରେ ବନ୍ଧୁକ ଆଣି ନିଜର ଦବଦବା ଦେଖାଇବାକୁ ଏକ ଅର୍ଗାନାଇଜ ପ୍ରକ୍ରିୟାରେ ପ୍ରୟାସ କରୁଥିବା ନେଇ ତଦନ୍ତ କରୁଥିବା ଝାରସୁଗୁଡ଼ା ଏସପି କହିଛନ୍ତି।


0 Comments