ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରୁଣାବସ୍ତି ଠାରେ ବିଦ୍ୟାଳୟ ସ୍ତରୀୟ ପି ଏମ୍ ଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ପାଇଁ ତିନୋଟି ପେବିଲିଆନ୍ ତିଆରି କରାଯାଇଥିଲା।ଏଥିରେ ଦୋକାନ ଯାତ୍ରା, ଦି ଟେଲେଣ୍ଟ ଗ୍ୟାଲେରୀ ଓ ବିକଶିତ ଓଡ଼ିଶା 2036 ନାମିତ କରାଯାଇଥିଲା। ଏହା ସହିତ ଅନ୍ୟ ଷ୍ଟଲରେ ଗାଇଡଲାଇନ୍ ଅନୁସାରେ ବିଭିନ୍ନ ପ୍ରଦର୍ଶନୀ କରାଯାଇଥିଲା। ଛାତ୍ର ଛାତ୍ରୀଙ୍କୁ ନେଇ ବୁଢ଼ା ଶଂଖାରି ନାମରେ ଏକ ଡ୍ରାମା ଆୟୋଜନ କରାଯାଇ ଥିଲା ଓ ଛାତ୍ର ଛାତ୍ରୀଙ୍କୁ ନେଇ ପାଞ୍ଚୋଟି ଦଳ କରି ରାମକୃଷ୍ଣ ଦାସଙ୍କ ପରିଚାଳନାରେ କୁଇଜ୍ କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ାର ଜିଲ୍ଲା ଶିକ୍ଷ।ଧିକାରୀ ଡ଼ ରାଧାକାନ୍ତ ଗଡତିଆ ଆସି ମେଳାର ଉଦ୍ଘାଟନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଭାବରେ ଅନୀଲ କୁମାର ପଟେଲ ଝାରସୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକରୀ, ସମ୍ପାଦକ ଭାବରେ ପ୍ରଧାନ ଶିକ୍ଷକ ଚିନ୍ମୟୀ ଦେବଶ୍ରୀ ପିଙ୍ଗ, ମୁଖ୍ୟବକ୍ତା ରବୀନ୍ଦ୍ର ମାଝୀ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ , ସମ୍ମାନିତ ଅତିଥି ଶକୁନ୍ତଳା କିସାନ ଅତିରିକ୍ତ ଜିଲ୍ଲା ଶିକ୍ଷ।ଧିକାରୀ,ରାଜେନ୍ଦ୍ର ପ୍ରସାଦ ସାହୁ ଗୋଷ୍ଠୀ ଶିକ୍ଷାଧିକରୀ ଲଖନପୁର, ଜୟନାରାୟଣ ପଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ କିର୍ମିରା, ହିମାଂଶୁ ବାଗ ଗୋଷ୍ଠୀ ଶିକ୍ଷାଧିକାରୀ ଲାଇକେରା, ପ୍ରକାଶ ସାହୁ ଗୋଷ୍ଠୀ ଶିକ୍ଷାଧିକାରୀ କୋଲାବିରା, ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ଅଶୋକ କୁମାର ମହାପାତ୍ର, ସଦାନନ୍ଦ ଦାସ ଓ ବିଚାରକ ମଣ୍ଡଳୀ ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁମାର କୁଅଁର, ଅବସରପ୍ରାପ୍ତ ଶିକ୍ଷକ ରାଜେଶ ମେହେର ଓ ରାଧାମୋହନ ପାଣ୍ଡେଙ୍କ ଉପସ୍ଥିତିରେ ଭାଗ ନେଇଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ଚୟନ କରାଯାଇ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି ମେଳାରେ ଅଭିଭାବକ ମାନଙ୍କ ସହିତ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା,ପୁରୁଣା ଛାତ୍ର ଛାତ୍ରୀ ନିରଞ୍ଜନ ତ୍ରିପାଠୀ ,ଶିବଦତ୍ତ ପଣ୍ଡା, ପ୍ରଶାନ୍ତ ମହାରଣା, ବିଜୟ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।


0 Comments