ରାଜ୍ୟରେ ବ୍ୟାନ ହେଲା ଗୁଟଖା, ଖଇନି ଓ ତମାଖୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜାରି ହେଲା ବିଜ୍ଞପ୍ତି । ଯୁବପୀଢ଼ିଙ୍କ ଠାରେ ବଢୁଛି କ୍ୟାନସର୍ । ପ୍ରତ୍ୟେକ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟ ରାଜ୍ୟରେ ବୃଦ୍ଧିପାଇବାରେ ଲାଗିଛି । କର୍କଟ ରୋଗ ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଗୁଟ୍ଖା, ପାନ ମସଲା ଓ ସମସ୍ତ ତମାଖୁ ଜାତୀୟ ପଦାର୍ଥ କରାଗଲା ନିଷିଦ୍ଧ । ଲୋକ ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏହି ଗୁଟଖା, ଖାଇନି, ଜର୍ଦ୍ଦା , ପାନ ମସଲା ଓ ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ଖାଦ୍ୟ ପଦାର୍ଥ ଉତ୍ପାଦନ, ପ୍ରସ୍ତୁତି, ସଞ୍ଚୟ, ପରିବହନ ତଥା ବିକ୍ରି ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଖାଦ୍ୟ ସୁରକ୍ଷା,ଓ ମାନକ କର୍ତ୍ତୃପକଷଙ୍କ ଗାଇଡ ଲାଇନ୍ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନିଶା ଦ୍ରବ୍ୟ ବ୍ୟବହାର ଯୋଗୁଁ କ୍ୟାନ୍ସର ସହିତ ଅନେକ ସାଙ୍ଘାତିକ ରୋଗ ଶରୀର କୁ ଆକ୍ରାନ୍ତ କରେ । ବିଶେଷ କରି ଏହି ସମସ୍ତ ମାଦକ ଦ୍ରବ୍ୟ ଶିଶୁ ଏବଂ ଯୁବ ପୀଢ଼ିଙ୍କ ପାଇଁ କ୍ଷତିକାରକ ଅଟେ । ତେଣୁ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ଵାରା ଏହି ନିଷ୍ପତ୍ତି ନିଆଯାଇ ଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି । ବେଆଇନ୍ ଭାବରେ ଏହି ସବୁ ମାଦକ ଦ୍ରବ୍ୟ ବିକ୍ରି କିମ୍ବା ପରିବହନ କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବାର ନିର୍ଦ୍ଦେଶ ରହିଛି ।


0 Comments