ଜାନୁୟାରୀ ୨୮ ରେ ଓଡ଼ିଶା ବନ୍ଦ


 ଜାନୁୟାରୀ ୨୮ ରେ ଓଡ଼ିଶା ବନ୍ଦ । ଓଡ଼ିଶା ବନ୍ଦ କରିବ ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି ଓ ଧାନ ବିକ୍ରିରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ନାଁରେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କାର ଫାଇନ, ବିଜୁଳି ସ୍ମାର୍ଟ ମିଟର ପ୍ରଚଳନ ନାଁରେ ଲୁଟ୍ ଓ କୃଷି ମନ୍ତ୍ରୀଙ୍କ ଗୁଣ୍ଡାଙ୍କ ଦ୍ବାରା ଆକ୍ରମଣର ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଆସନ୍ତା ଜାନୁଆରୀ ୨୮ ତାରିଖ ଦିନ ସକାଳ ୬ ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ୍ ରହିବ । ଧାନ ବିକ୍ରି ପାଇଁ ଚାଷୀ ଏପର୍ଯ୍ୟନ୍ତ ଟୋକନ୍ ପାଇ ନାହାଁନ୍ତି । ଟୋକନ୍ ଥିଲେ ମଧ୍ୟ ୪୦ କ୍ଵିଣ୍ଟାଲ ବଦଳରେ ୧୦/୨୦ କ୍ଵିଣ୍ଟାଲ ଧାନ ବିକ୍ରି କରି ହେଉଛି । FAQ ନାଁ ରେ କଟଣୀ ଛଟଣି ଚାଲିଛି । ତେଣୁ ବର୍ତ୍ତମାନ ଜାନୁଆରୀ ୨୮ ରେ ଓଡ଼ିଶା ବନ୍ଦ୍ ପାଇଁ ନବ ନିର୍ମାଣ କୃଷକ ସଂଗଠନ ଡାକରା ଦେଇଛି । ଅନ୍ୟପଟେ ଚାଷୀ ଙ୍କ ଠାରୁ ମାତ୍ର ୧୫୦ କ୍ୱିଣ୍ଟାଲ ଧାନ ୩୧୦୦ ଟଙ୍କାରେ କିଣା ଯିବ ବାକି ଧାନକୁ ଚାଷୀ ବାହାର ବଜାରରେ ବିକ୍ରି କରିବେ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ଏହା ସହ ସରକାର ବିଭିନ୍ନ କମ୍ପାନୀ ଉପରେ ବାକି ଥିବା ୩ ହଜାର ୯୬୬ କୋଟି ଟଙ୍କା ଆଦାୟ କରି ପାରୁନାହାଁନ୍ତି । ତେଣୁ ଖଣି କମ୍ପାନୀ ଉପରେ ପାଞ୍ଚ ବର୍ଷରେ ପଡ଼ିଥିବା ବକେୟା ଟଙ୍କା ଆଦାୟ କରି ପାରୁନାହାଁନ୍ତି । ହେଲେ ସାଧାରଣ ଲୋକଙ୍କ ଠାରୁ ପ୍ରଦୂଷଣ ସାର୍ଟିଫିକେଟ ନାଁରେ କାହିଁକି ଶୋଷଣ କରାଯାଉଛି ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି । କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ କୃଷକ ମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ନେଇ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଏବଂ ଏହି ସବୁ ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ୨୮ ତାରିଖ ଓଡ଼ିଶା ବନ୍ଦ୍ ଡାକରା ଦେଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done