ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଅର୍ଡା ପଞ୍ଚାୟତ ଜାମକାନି ଅଙ୍ଗନବାଡି କେନ୍ଦ୍ର ରେ ବାମଡା ଯାତ୍ରା ରେ ଆସିଥିବା ରୀତୁ ଭୁୟାଂ, ଓ ଚମ୍ପା ଚୌଧୁରୀ ନାମକ ଦୁଇ ବାଳିକା ବାଟବଣା ହୋଇ କାଦୋବାହାଲ ଜଙ୍ଗଳ ରାସ୍ତାରେ ବୁଲୁଥିଲେ । ଭାଳୁପତ୍ରା ଗ୍ରାମର ଲିଙ୍କନ ପଟେଲ ଦୁଇଝିଅ ରାସ୍ତାରେ ବାଟବଣା ହୋଇ ବୁଲୁଥିବାର ଜାଣି ପାରିଥିଲେ । ଶ୍ରୀ ପଟେଲ ଝିଅ ଦ୍ବୟ ଙ୍କ ଭୋକ ଉପାସରେ ରହିଥିବା ନିରାଶ ଚେହେରା ଦେଖିବା କ୍ଷଣି ନିକଟସ୍ଥ ଗ୍ରାମ ଜାମ କାନି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଣିଥିଲେ । ସେଠାରେ କିଛି ଖାଇ ପିଇ ଦେଲା ପରେ ଚାଇଳଡ ଲାଇନ ର ରାକେଶ ଠକର , ଆଇସିଡିଏସ ବିଭାଗର ସିଡିପିଓ ସଂଗୀତା ଅଢା, ସୁପରଭାଇଜର ସନ୍ତୋଷୀନି ମହାପାତ୍ର,ଝାରମୁଣ୍ଡା ସୁପରଭାଇଜର,ଅଙ୍ଗନବାଡି କର୍ମୀ ମୀନତି ଗୁଖୁରାଙ୍କ ତତ୍ତ୍ୱାବଧାନରେ ଦୁଇଝିଅଙ୍କୁ ସେବାସୁଶ୍ରୁଷା କରିବା ସହ ଲଇକେରା ପୋଳିସଙ୍କୁ ଜିମା ଦେଇଥିଲେ । ଦୁଇଝିଅ ଅଣ ଓଡିଆ ଅସ୍ପଷ୍ଟ ଭାଷାରେ କଥାବାର୍ତା କରି ରାଉରକେଲାସ୍ଥିତ କୌଣସି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଡୁଥିବାର କହିଥିଲେ ।.


0 Comments