ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ; ୭ ବର୍ଷ ପରେ ପରିବାରକୁ ଫେରିଲେ ଧୁବଲେ


 ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମାନବିକ ଆଭିମୁଖ୍ୟ ଓ ନିରନ୍ତର ସେବା ମନୋଭାବ କାରଣରୁ ଆଜି ପୁଣି ଏକ ବିଚ୍ଛିନ୍ନ ପରିବାର ମଧ୍ୟରେ ହସଫୁଟିଛି। ମାନସିକ ଅସୁସ୍ଥତା ଯୋଗୁଁ ଦୀର୍ଘ ୭ ବର୍ଷ ଧରି କଳାହାଣ୍ଡି ଭବାନୀପାଟଣାରୁ ନିଖୋଜ ଥିବା ଧୁବଲେ ଗାରିଆଙ୍କୁ ଆଜି ମାନ୍ୟବର ଝାରସୁଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ଧୁବଲେଙ୍କୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଅଛି।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରୁ ଉଦ୍ଧାର ହେବା ପରେ ମିଶନ ଆଶାଲୋକଠାରେ ତାଙ୍କର ଚିକିତ୍ସା ଓ ସେବା କରାଯାଉଥିଲା। ଜିଲ୍ଲାପାଳ ଶ୍ରୀ ଚହ୍ବାଣଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ 'ସ୍ନେହ ସେତୁ' ମାଧ୍ୟମରେ ପୂର୍ବରୁ ମଧ୍ୟ ଅନେକ ବ୍ୟକ୍ତିଙ୍କୁ ନିଜ ପରିବାର ସହ ପୁନର୍ମିଳନ କରିବାରେ ସଫଳ ହୋଇଛନ୍ତି। ଜିଲ୍ଲା ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମନ୍ୱୟରେ ପରିଚାଳିତ ଏହି ଅଭିଯାନ ଆଗାମୀ ଦିନରେ ଅନେକ ଅସହାୟଙ୍କ ଜୀବନରେ ନୂଆ ଆଶା ସଞ୍ଚାର କରିବ ବୋଲି ମାନ୍ୟବର ବିଧାୟକ ମତ ପ୍ରକାଶ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done