ନିର୍ବାଚନୀ ପ୍ରତିଶ୍ରୁତି ପାଇଁ ଭୁଲ ଇଞ୍ଜେକସନ ଦେଇ ୫୦୦ କୁକୁରଙ୍କୁ ହତ୍ୟା


 ନିର୍ବାଚନୀ ପ୍ରତିଶ୍ରୁତି ପାଇଁ ଭୁଲ ଇଞ୍ଜେକସନ ଦେଇ ୫୦୦ କୁକୁରଙ୍କୁ ହତ୍ୟା ଅଭିଯୋଗ ।

୫୦୦ କୁକୁରଙ୍କୁ ହତ୍ୟା କରି ଅମାନବୀୟ ଘଟଣା ଘଟାଇଲେ ବ୍ୟକ୍ତି ।

ଘଟଣା ଟି ଘଟିଛି ତେଲେଙ୍ଗାନା ରେ । 

ତେଲେଙ୍ଗାନା ଧର୍ମପୁରୀ ମ୍ୟୁନିସିପାଲଟି ଅଞ୍ଚଳରେ ଘଟି ଯାଇଛି ଏକ ଅମାନବୀୟ ଘଟଣା । ବିଷ ଇଞ୍ଜେକସନ ଦେଇ ୫୦୦ ଶହ ବୁଲା କୁକୁରଙ୍କୁ ହତ୍ୟା କରାଯିବା ପରି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । ଘଟଣା ଟି ପୋଲିସ୍ ପାଖରେ ପହଞ୍ଚିବା ପରେ ପୋଲିସ୍ ଏହାର ତଦନ୍ତ କରିଥିଲା । ତଦନ୍ତ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିଛି । ନିର୍ବାଚନୀ ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ଏପରି କାଣ୍ଡ କରାଯାଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ତେଲେଙ୍ଗାନା ପୋଲିସ୍ ୧୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏଥିରେ ଗାଁର ୭ ଜଣ ମୁଖିଆ ସଂପୃକ୍ତ ଥିବା ନେଇ ମଧ୍ୟ ପୋଲିସ୍ ତଦନ୍ତରୁ ସତ୍ୟତା ସାମ୍ନାକୁ ଆସିଛି । ତେବେ ନିର୍ବାଚନ ପାଇଁ ଏପରି ଅମାନବୀୟ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done