ଝlଡ଼େଶ୍ୱର ମନ୍ଦିର ଠାରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିର ଶୁଭ କାର୍ଯ୍ୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି


 ଆଜି ଝlଡ଼େଶ୍ୱର ମନ୍ଦିର ଠାରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିର ଶୁଭ କାର୍ଯ୍ୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି l ପ୍ରକାଶ ଥାଉ କି ବିଧାୟକଙ୍କ ପ୍ରଚେଷ୍ଟାରେ ମୁଖ୍ୟ ମନ୍ତ୍ରୀଙ୍କ ପାଣ୍ଠିରୁ ଦୁଇ କୋଟି ଟଙ୍କାର ଅର୍ଥ ମଞ୍ଜୁରୀ ହୋଇଛି lଏହା ବ୍ୟତୀତ ଏମ ସି ଏଲ ଦ୍ୱାରା ଦୁଇ କୋଟିରେ ଏକ ପାର୍କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ହୋଇଛି l ମନ୍ଦିର ଭିତରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ କୋଡିଏ ଲକ୍ଷ ଓ ଭକ୍ତଙ୍କ ପାଇଁ ଏକ ବିଶ୍ରାମ ଗୃହ ପାଇଁ କୋଡିଏ ଲକ୍ଷ ମଞ୍ଜୁରୀ ହୋଇଛି l ବର୍ତମାନ ଭକ୍ତଙ୍କ ବିଶ୍ରାମ ଗୃହ ର କାର୍ଯ୍ୟ ଆରମ୍ଭ ହୋଇଯାଇଛି l ଏହା ବ୍ୟତୀତ ପୂର୍ତ୍ତ ବିଭାଗ ତରଫରୁ ମଧ୍ୟ ଅର୍ଥ ମଞ୍ଜୁରୀ ହେବାର ଯୋଜନା ରହିଛି l ପ୍ରକାଶ ଥାଉ କି ପି ଏମ ଶ୍ରୀ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଗତ 20-12-25 ଦିନ ମାନ୍ୟବର ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିରାଜ ହରିଚନ୍ଦନ ମନ୍ଦିର ପରିଦର୍ଶନ ସମୟରେ ଅର୍ଥ ମଞ୍ଜୁରୀ ପାଇଁ ପ୍ରତିଶୃତି ଦେଇଛନ୍ତି l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done