ହାଇୱା ଧକ୍କାରେ ୨୫୫ ଆରଏଫ ଗେଟ ଭାଙ୍ଗିଲା


କିର୍ମିରା:- (୧୨/ ୧୨) ଦକ୍ଷିଣ ପୂର୍ବ ହାୱାଡା ବମ୍ବେ ମୂଖ୍ୟ ରେଳପଥ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ଝାରସୁଗୁଡା ରେଳ ଜଙ୍କସନ ନିକଟବର୍ତ୍ତି ଧୁତରା ରେଳ ଷ୍ଟେସନ ପୂର୍ବପଟ ୨୫୫ ନଂ. ରେଳଫାଟକକୁ ତାରିଖ ୧୧ ଡିସେମ୍ବର ୨୦୨୫ ଗୁରବାର ଦିନ ସମୟ ଅପରାହ୍ନ ୨ ସମୟରେ ଏକ ହାଇୱା ଧକ୍କା ଦେବାରୁ ଗେଟଟି ଖଣ୍ଡ ବିଖଣ୍ଡ ହୋଇଯାଇଥିଲା ୲ ଲୋକଙ୍କ ଯାତାୟାତରେ ସମ୍ପୂର୍ଣ୍ଣ ବିପଦ ସଂଙ୍କୁଳ ହୋଇ ପଡ଼ିଥିଲା ୲ ଖବର ପାଇ ଷ୍ଟେସନ ମ୍ୟାନେଜର ଅରୁଣ କାଙ୍ଗାରୀ, ମୁରଳୀ ଭଂଏସା ସଦଳ ବଳ ସହ ଆରପିଏଫ ଘଟଣା ସ୍ଥଳକୁ ପହଞ୍ଚି ଅସ୍ଥାୟୀ ଗେଟ ଦେଇ ରେଳରାସ୍ତାରେ ଲୋକଙ୍କ ସହିତ ଯାନବାହାନ ଚଳାଚଳ ବନ୍ଦ କରିଥିଲେ । ଗେଟ ବନ୍ଦ ରହିବାରୁ ଶହଶହ ଯାନବାହାନ ଅଟକ ରହି ଲୋକଙ୍କ ଯାତାୟାତରେ ଠପ ପଡ଼ିଯାଇଥିଲା I ଏହି ଫାଟକଟି ମୁଖ୍ୟତଃ କିର୍ମିରା, ଲଇକେରା, ବାଗଡ଼ିହି, ନକ୍ସାପାଳି, ବନ୍ଧପାଳି ଆଦି ଅନେକ ଗ୍ରାମ ସଂପୂର୍ଣ୍ଣ ନିର୍ଭର ଯୋଗ୍ୟ ସହ ନିକଟତର ସଂପ୍ରସାରଣ ୪ର୍ଥ ରେଳୱେ ଲାଇନ କାରୁକାର୍ଯ୍ୟ ପାଇଁ ଯାନବାହାନ ଚଳାଚଳ, ସଂପ୍ରସାରଣ ସିମେଣ୍ଟ କାରଖାନା, ସ୍ଫଞ୍ଜ ଆଇରନ, କେମିକାଳ ପ୍ଳାଣ୍ଟ ଗୁଡିକର ଆବାହଗମନ ଓ ପରିବହନ ପାଇଁ ଅତ୍ୟାବଶ୍ୟକ ହେIଇ ପଡୁଛି ୲ ଏଣୁ ଆସନ୍ତା ଦିନରେ ସୁରକ୍ଷା ପାଇଁ ଫ୍ଳାଏଅଭର କିମ୍ବା ଏଲଏଚଏସ ନିର୍ମାଣ ଜରୁରୀ ହୋଇପଡ଼ିଛି । ନଚେତ ଆସନ୍ତା ଦିନରେ ଦୁର୍ଘଟଣା ସୁନିଶ୍ଚିତ ୲ ଏଥିପ୍ରତି ରେଳ କର୍ତ୍ତୣପକ୍ଷ ଦୃଷ୍ଟି ଦେଇ ଧୁତରା ରେଳଷ୍ଟେସନ ନିକଟରେ ଫ୍ଳାଏଅଭର ଓ ଏଲଏଚଏସ ନିର୍ମାଣ ପାଇଁ ପ୍ରସ୍ତାବିତ, ମାଟି ପରିକ୍ଷିତ ସ୍ଥାନରେ ଅତି ଶୀଘ୍ର ନିର୍ମ।ଣର ଅବେହେଲାରେ ଦୂର୍ଘଟଣା ଘଟେ । ସେଥିପ୍ରତି ରେଳ କତ୍ତୣପକ୍ଷ ଦାୟୀ ହେବେ ବୋଲି ଅଞ୍ଚଳର ବରିଷ୍ଠ ନାଗରିକ, ଶିକ୍ଷାବିତ, ବୃଦ୍ଧିଜିବି ମହଳ ଓ ଜନସାଧାରଣରେ ଦାବି ହେଉଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done