ଜିଲ୍ଲାପାଳ ଚହ୍ବାଣ ମଙ୍ଗଳବଜାର ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଆହାର କେନ୍ଦ୍ର ସ୍ଥଳରେ ନିର୍ମାଣ ହେବାକୁ ଥିବା 'ଶସ୍ୟ ଏଟିଏମ୍ ଅନ୍ନପୂର୍ତ୍ତି' ର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ଏହି ନିର୍ମାଣ ପ୍ରକଳ୍ପରେ କୌଣସି ତ୍ରୁଟି ନରହିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ସୁଲଦିଆ ପଡା ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ପିଲାଙ୍କୁ ମିଳୁଥିବା ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଯାଞ୍ଚ କରିବା ସହ ଖାଦ୍ୟର ପୁଷ୍ଟିକର ମାନ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଭିତ୍ତିଭୂମି ଯଥା ଶ୍ରେଣୀଗୃହ, ପାଇଖାନା ଏବଂ ପାନୀୟ ଜଳ ବ୍ୟବସ୍ଥାରେ ତୁରନ୍ତ ଉନ୍ନତି ଆଣିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି କ୍ରମରେ ଜିଲ୍ଲାପାଳ ସୁଲଦିଆ ପଡା ନିଶା ନିବାରଣ କେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ଏବଂ ପରାମର୍ଶ (କାଉନସେଲିଂ) ବ୍ୟବସ୍ଥାର ସମୀକ୍ଷା କରିଥିଲେ। ନିଶାଗ୍ରସ୍ତ ବ୍ୟକ୍ତିବିଶେଷଙ୍କୁ ସାମାଜିକ ଓ ମାନବିକ ଦୃଷ୍ଟିକୋଣରୁ ଚିକିତ୍ସା ଯୋଗାଇ ଦେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।


0 Comments