ଝାରସୁଗୁଡା ଜିଲ୍ଲା ମାଲଡା ଗ୍ରାମ ଠାରେ ଇ ଜେ ଭି ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ୱାସ୍ଥ ପରୀକ୍ଷା ଶିବିର ଓ ଔଷଧ ବଣ୍ଟନ... ଆଜି ଶ୍ରିପୁରା ଅନ୍ତର୍ଗତ ମାଲଡା ଗ୍ରାମ ଠାରେ ଇ ଜେ ଭି ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି, ଏହି ଶିବିର ରେ ହାରାହାରି ଦୁଇଶହ ରୂ ଉର୍ଦ୍ଧ ରୋଗୀ ନିଜର ସ୍ୱାସ୍ଥ ପରୀକ୍ଷା କରାଇବା ସହିତ ସମୁର୍ଣ୍ଣ ଆରୋଗ୍ୟ ବିଷୟ ରେ ପରାମର୍ଶ କରିଛନ୍ତି, ଏହି ଶିବିର ସଂଜୀବନୀ ହସ୍ପିଟାଲ ର ସହଯୋଗ ରେ ଅନୁଷ୍ଠିତ ହୋଇଥିଲା, ତିନି ଜଣ ବିଶେଷଜ୍ଞ ଏହି ଶିବିର ରେ ଉପସ୍ଥିତ ରହି ପରୀକ୍ଷା କରିଥିଲେ, ଯଥା ମେଡ଼ିସିନ ବିଶେଷଜ୍ଞ ଡ଼ା ଅସୀମ ମହାନ୍ତି, ଅସ୍ତିଶାଲ୍ୟ ବିଶେଷଜ୍ଞ ଡ଼ା ରୋଶନ ସମଦ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ା ନିର୍ବାଣ ଅଗ୍ରୱାଲ,ଆବଶକୀୟ ଔଷଧ ପ୍ରଦାନ ସହିତ ଲମ୍ବା ଚିକିତ୍ସା ପାଇଁ ସଂଜୀବନୀ ହସ୍ପିଟାଲ ଦ୍ଵାରା ଅତିକମରେ ଚିକିତ୍ସା କରାଯାଇ ପାରିବ ବୋଲି ପରାମର୍ଶ ଦିଆ ଗଲା, ଏହି ଅବସର ରେ ଉପସ୍ଥିତ ଡାକ୍ତର ମାନଙ୍କୁ ପୁଷ୍ପ ଗୁଛ ସହିତ ସ୍ମୁତି ଚି଼ହ୍ନ ଦିଆଯାଇ ସମ୍ମାନିତ କରାଗଲା, ବିଶେଷ ଭାବେ ନିକଟସ୍ଥ ଆଶା ଦିଦି ଓ ସଂଜୀବନୀ ର ମ୍ୟାନେଜେର ଶ୍ରୀମତୀ ଶୋଭାନା ମହାପାତ୍ର ଙ୍କୁ ସମ୍ମାନିତ କରାଗଲା, ଏହି କାର୍ଯ୍ୟକ୍ରମ କୁ ଇ ଜେ ଭି ର ମାନସୀ ପଣ୍ଡା, ରାଜେଶ ପାଢ଼ୀ, ଗଙ୍ଗାଧର ମେହେର, ପ୍ରିୟା ରାୟ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ପବିତ୍ର ସ୍ୱାଇଁ, ସୋଭନା ସୋହେଲା, ପୂନମ ପଟେଲ, ବିଡିୟା ନାୟକ, ସୁମିତ୍ରା ପଣ୍ଡା, ସସ୍ମିତା ପଟେଲ ଆଦି ଶୁ ପରିଚାଳନା କରିଥିଲେ, ଉପାନ୍ତ ଅଞ୍ଚଳ ମାଲଡା ଯାହାକି ସହର ଠାରୁ ବହୁତ ଦୂରରେ ସେଇ ମାନଙ୍କ ପାଇଁ କିଛି କରି ଇ ଜେ ଭି ନିଜକୁ ଆତ୍ମତୃପ୍ତି ପ୍ରକାଶ କରିଛି


0 Comments