ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ (ଆଇଏଏସ)ଙ୍କ ଅଧ୍ୟକ୍ଷତାରେ ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକ ପାଇଁ ଜିଲ୍ଲାସ୍ତରୀୟ କ୍ରୀଡ଼ା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସରକାରୀ ଗାଇଡଲାଇନ୍ ଅନୁଯାୟୀ, ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକରେ ଯଥାଶୀଘ୍ର କ୍ରୀଡ଼ା ପ୍ରଶିକ୍ଷକ ଏବଂ ଯୋଗ ଶିକ୍ଷକ ନିଯୁକ୍ତି କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ କ୍ରୀଡ଼ା ତାଲିମ ଏବଂ ଯୋଗାଭ୍ୟାସ ଶିକ୍ଷା ମିଳିପାରିବ। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଅଧିକାରୀମାନଙ୍କୁ ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର୍ ରାଇଜିଙ୍ଗ୍ ଇଣ୍ଡିଆ (PM SHRI) ଯୋଜନାରେ ଅନ୍ତର୍ଭୁକ୍ତ ବିଦ୍ୟାଳୟଗୁଡ଼ିକରେ କ୍ରୀଡ଼ା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଓ ମାନସିକ ବିକାଶକୁ ସୁନିଶ୍ଚିତ କରିବା ଉପରେ ଆଲୋଚନା କରାଯାଇଥିଲା।


0 Comments