ଝାରସୁଗୁଡା ଜିଲ୍ଲା ଏସସି ଏସଟି କ୍ରିୟାନୁଷ୍ଠାନ କମିଟି ଙ୍କ ପ୍ରେସମିଟ


 ଝାରସୁଗୁଡା ଜିଲ୍ଲା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏସସି ଏସଟି ଜମିକୁ ଶାଗମାଛ ଦରରେ ଅଣ ଆଦିବାସୀ ଓ ଅଣହରିଜନଙ୍କୁ  ବିକ୍ରିବଟା କରାଯାଉଥିବା ସହ ଜଣେ ବ୍ୟକ୍ତିଙ୍କୁ ଏକର ଏକର ଜମି କିଣାବିକା ପାଇଁ ଅନୁମତି (ପାରମେସନ) ଅତି ସମ୍ୱବ ହୋଇପାରୁଛି । ଯାହାକି ସମସ୍ତ ଆଦିବାସୀ ହରିଜନ ତଥା ଜନସାଧାରଣରେ ମୁଣ୍ଡବ୍ୟଥା କାରଣ ପାଳଟିଛି । ଏହା ସହିତ କିର୍ମିରା  ଓ ଲଇକେରା ବ୍ଳକ ଗୁଡିକ ସରକାରୀ ସ୍ତରରେ ଆଇଟିଡିଆର ବ୍ଳକ ସରକାରୀସ୍ତରରେ କାର୍ଯ୍ୟକାରୀ ହୋଇସୁଦ୍ଧା ଆଦିବାସୀ ହରିଜନ ଲୋକଙ୍କ ଜମିମାଟିକୁ ଶାଗମାଛ ଦରରେ ବିକ୍ରିବଟା ସହ ପାରମିଶନ ସମ୍ବବପର ହେବା ଯାହାକି ସଂପୂର୍ଣ୍ଣ ତଦନ୍ତ ଯୋଗ୍ୟ ବୋଳି ଏସଟି ଏସସି କ୍ରିୟାନୁଷ୍ଠାନ କମିଟି ପ୍ରେସମିଟ ମାଧ୍ୟମରେ ସରକାର ଓ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ଝାରସୁଗୁଡା ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜଣେ ଏସଟି କାର୍ଯ୍ୟରତ ଜମି ଉପ ନିବନ୍ଧକ ବିକାଶ କୁଜୁରୁକୁ ଫସାଇ ବିନା କାରଣ ଦର୍ଶାଅ ନୋଟିସରେ ସରକାର ଗତ ଶନିବାର ତା. ୬ ଡିସେମ୍ୱର ୨୦୨୫ ରେ ନିଳମ୍ୱନ କରାଯିବା ଯାହାକି ସମସ୍ତ ଏସସି ଏସଟି ସମାଜ ପାଇଁ ନିନ୍ଦନୀୟ ଘଟଣା ହୋଇଥିବା ବେଳେ ଛୋଟମାଛ ଫଶି ବଡ ଖସି ଯିବାର ଘଟଣା ବୋଳି ଜୋର ଚର୍ଚା ଧରିଛି । ଏଣୁ ଏହି ବ୍ୟକ୍ତି ଦୋଷୀ ହେଲେ ଏଥିରେ କେଉଁ ମାନେ ସଂଶ୍ଳିଷ୍ଠ ଏହାର ପନ୍ଦର ଦିନ ମଧ୍ୟରେ ଉପଯୁକ୍ତ ତଦନ୍ତ ନ ହେଲେ ଝାରସୁଗୁଡା ଜିଲ୍ଲାର  ଏସଟି ଏସସି କ୍ରିୟାନୁଷ୍ଠାନ କମିଟି ସଭାପତି ଲକ୍ଷ୍ମୀଚରଣ ପାଳ  , କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ବୁଦୁଲା ,ସକ୍ରିୟ ସଦସ୍ୟ ବିନୋଦ ବିହାରୀ ବାଗ ,ସହକାରୀ ସମ୍ପାଦକ ଉଦିତ ଗର୍ଡିଆ , ସମ୍ପାଦକ ଲିଙ୍ଗରାଜ ପ୍ରଧାନ , କୋଷାଧ୍ୟକ୍ଷ ଜିତେନ୍ଦ୍ରୀୟ ଧୁରୁଆ ସଂପ୍ରଦାୟ ଆବାଳବୃଦ୍ଧବନିତା ରାଜରାସ୍ତାକୁ ଓହ୍ଳାଇବା ପାଇଁ  ଚେତାବନୀ ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done