ଜିଲ୍ଲାରେ ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା ପାଇଁ 'ମାନକ କାର୍ଯ୍ୟାନ୍ୱୟନ ନିୟମାବଳୀ' ଚୂଡ଼ାନ୍ତ:


 ଝାରସୁଗୁଡ଼ା ଜିଲ୍ଲାକୁ ସ୍ଵଚ୍ଛ ଏବଂ ପରିଷ୍କାର ପରିଚ୍ଛନ୍ନ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୌହାଣ, ଆଇଏଏସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ଲାଷ୍ଟିକ୍ ଆବର୍ଜନା ସମେତ ଶୁଖିଲା ଆବର୍ଜନାର ଦକ୍ଷ ପରିଚାଳନା ପାଇଁ 'ମାନକ କାର୍ଯ୍ୟାନ୍ୱୟନ ନିୟମାବଳୀ'କୁ ଚୂଡ଼ାନ୍ତ କରାଯାଇଛି।

ଆଜି ଜିଲ୍ଲା ଜଳ ଏବଂ ପରିମଳ ମିଶନର ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଅଛି।

ବୈଠକରେ ପ୍ଲାଷ୍ଟିକ୍ ସମେତ ଶୁଖିଲା ଆବର୍ଜନା ସଂଗ୍ରହ ପଦ୍ଧତିକୁ କିପରି ଅଧିକ ଦକ୍ଷ କରାଯାଇପାରିବ ସେଥିପାଇଁ ପ୍ରସ୍ତୁତ କରାଯାଇଥିବା ମାନକ କାର୍ଯ୍ୟଧାରା ବା ଏସ୍.ଓ.ପି. ଉପରେ ଆଲୋଚନା ଏବଂ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି  ଏସ୍.ଓ.ପି., ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗ ଏବଂ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି। ଆବର୍ଜନା ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଯାନବାହାନ ମାର୍ଗ ଯୋଜନାକୁ ମଧ୍ୟ ଚୂଡ଼ାନ୍ତ ରୂପ ଦିଆଯାଇଛି।

ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳାବତୀ ମିଞ୍ଜ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟା°ଶୁ ରୂତ୍ , ଜିଲ୍ଲା ପୌର ପରିଷଦର ଅଧିକାରୀ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାର ସମସ୍ତ ବି.ଡି.ଓ, ଓଡ଼ିଶା ଜୀବିକା ମିଶନ ପ୍ରକଳ୍ପ ପରିଚାଳିକା ଶ୍ରୀମତୀ ପୁଷ୍ପଶ୍ରୀ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ, ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲା ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done