ଠରକିମାଲ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ


 ବେଦାନ୍ତ କମ୍ପାନୀ ଦ୍ୱାରା ସିରିଆପାଲି ଗ୍ରାମ ଓ ଠରକିମାଲ ଗ୍ରାମ ନିକଟରେ ଦ୍ଵିତୀୟ ପାଉଁଶ ପୋଖରୀ ନିର୍ମାଣ କରିବା ବିରୁଦ୍ଧରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଥିଲେ । ସିରିଆପାଲି ମୌଜା ଅନ୍ତର୍ଗତ ଠରକିମାଲର ଶତାଧିକ ଗ୍ରାମବାସୀ ମାନେ ଏକର ଚାଷ ଜମି ନଷ୍ଟ ହେବାର ସମ୍ଭାବନା ରହିଥିବା ବେଳେ ସେମାନେ ବିସ୍ଥାପିତ ହେବା ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ । ପ୍ରଥମେ ବିସ୍ଥାପିତ କରାଯାଉ ଏବଂ ପରେ ବେଦାନ୍ତ କମ୍ପାନୀ ତାର ଆସପଣ୍ଡ ନିର୍ମାଣ କରୁ । ଉକ୍ତ ଅଧ୍ଯକୃତ ଜମିରେ ବହୁବର୍ଷ ପୂର୍ବେ ବେଦାନ୍ତ କାରଖାନା ଦ୍ୱାରା ଗୋଟିଏ ପାଉଁଶ ପୋଖରୀ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବର୍ତମାନ ଏହି କମ୍ପାନୀ ସିରିଆପାଲି ଗ୍ରାମରେ ତାର ଦ୍ଵିତୀୟ ପାଉଁଶ ପୋଖରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହାକୁ ନେଇ ଠରକିମାଲର ସମସ୍ତ ଗ୍ରାମବାସୀ ବେଦାନ୍ତର ଦ୍ଵିତୀୟ ପାଉଁଶ ପୋଖରୀ ନିର୍ମାଣ କାର୍ଯ୍ୟକୁ ଦୃଢ଼ଭାବେ ବିରୋଧ କରୁଛନ୍ତି, ଏହାକୁ ନେଇ ଆଜି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ତେବେ ଏକ ବୈଠକ ଡକାଯାଇ ଏହି ସମସ୍ୟା ଉପରେ କମ୍ପାନୀ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଆଲୋଚନା କରି ସମସ୍ୟା ର ସମାଧାନ ବାଟ ବାହାର କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଗ୍ରାମବାସୀ । ମଙ୍ଗଲ କିଶାନ, ସିନ୍ଧୁ କିଶାନ, କୈଳାସ କିଶାନ, ଦେବ ମାଝୀ, ହିମାଂଶୁ କିଶାନ, ଭୁଜି କିଶାନ , ମନ୍ଦାକିନୀ ମାଝୀ ପ୍ରବୃତ୍ତି ନେତ୍ତୃତ୍ବ ନେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done