ଅସହାୟ ଅବସ୍ଥାରେ ଝାରସୁଗୁଡା ପୋଲିସ ଦ୍ୱାରା ଉଦ୍ଧାର ହୋଇ ଗତ ତିନି ବର୍ଷ ଧରି ଜିଲ୍ଲା ଆଶ୍ରୟସ୍ଥଳୀରେ ରହୁଥିବା ଶ୍ରୀମତୀ ବିଜୟାବାଇ ଯାଦବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାରାଷ୍ଟ୍ରରେ ଥିବା ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁସାରେ, ଶ୍ରୀମତୀ ଯାଦବ, ପୋଲିସ ଦ୍ୱାରା ଉଦ୍ଧାର ହେବା ପରେ ଗତ ୩ ବର୍ଷ ଧରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଝାରସୁଗୁଡ଼ାଙ୍କ ତତ୍ତ୍ୱାବଧାନରେ ପିପୁଲ୍ସ୍ ଫୋରମ୍ ଏବଂ ବିକାଶ ଏନ.ଜି.ଓ ଦ୍ୱାରା ପରିଚାଳିତ ଏକ ଆଶ୍ରୟ ସ୍ଥଳୀରେ ରହି ଆସୁଥିଲେ।
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ପ୍ରଶାସନ ତାଙ୍କୁ ତାଙ୍କ ପରିବାର ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଥିଲା। ଏହି ଅବସରରେ, ଆଜି ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀମତୀ ଯାଦବଙ୍କୁ ସସମ୍ମାନେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।


0 Comments