ଲଖନପୁର ଆଦର୍ଶ ବିଦ୍ୟାଳୟ ପରିଦର୍ଶନ: ଭିତ୍ତିଭୂମି ସୁଧାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ


 ଜିଲ୍ଲାପାଳ ଲଖନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅତ୍ୟନ୍ତ କମ୍ ଥିବା ଦେଖି ଜିଲ୍ଲାପାଳ କ୍ଷୁବ୍ଧ ହୋଇଥିଲେ। କମ୍ ଉପସ୍ଥାନର କାରଣ ପଚାରିବାରୁ  ଗୋଟିଏ ଦିନିଆ ଶିକ୍ଷକ ଧର୍ମଘଟ ଯୋଗୁଁ ଉପସ୍ଥାନ ପ୍ରଭାବିତ ହୋଇଥିବାର ପ୍ରଧାନ ଶିକ୍ଷକ କାରଣ ଦର୍ଶାଇଥିଲେ।
ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରେଣୀଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଏବଂ ପାଠପଢା ବିଷୟରେ ପଚାରି ବୁଝିଥିଲେ। ଏଥିସହ ବିଦ୍ୟାଳୟର ସୁପରିଚାଳନା ପାଇଁ ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ଯଥା: ପର୍ଯ୍ୟାପ୍ତ ଶ୍ରେଣୀଗୃହର ଅଭାବ, ପାଠାଗାରର ଉନ୍ନତିକରଣ ଆବଶ୍ୟକତା ଏବଂ ବିଦ୍ୟାଳୟ ପରିସରରେ ଶୌଚାଳୟ ତଥା ପରିମଳ ଏବଂ ସ୍ୱଚ୍ଛତା ଉପରେ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ, ଜିଲ୍ଲାପାଳ ବିଦ୍ୟାଳୟରେ ପାଠପଢ଼ାର ସ୍ଥିତି ଏବଂ ବିଦ୍ୟାଳୟର ବିସ୍ତୃତ ଭିତ୍ତିଭୂମି ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋବାଇଲ ନେଟୱର୍କର ଅନୁପଲବ୍ଧତା କାରଣରୁ ସ୍ମାର୍ଟ ବୋର୍ଡ ମାଧ୍ୟମରେ ଅନଲାଇନ୍ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାର ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଏସଏନଏଲ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବିଦ୍ୟାଳୟର ଛାତରୁ ବର୍ଷା ଦିନେ ପାଣି ଗଳୁଥିବା  ପିଲାମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏହା ଉପରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। 
ଆଲୋଚନା ପରେ, ଜିଲ୍ଲାପାଳ ତୁରନ୍ତ ସମ୍ପୃକ୍ତ ଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀମାନଙ୍କୁ ଭିତ୍ତିଭୂମିଗତ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଶିକ୍ଷାର ମାନ ବଜାୟ ରଖିବା ସହିତ ନିର୍ଦ୍ଦେଶିତ କାର୍ଯ୍ୟଗୁଡ଼ିକର ନିୟମିତ ତଦାରଖ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done