ଓଡିଶା ରେ ଚାଷୀ ମାନଙ୍କ ଧାନ ବିକ୍ରି ସୁରୁଖୁରୁରେ ହେବା ପାଇଁ ଏଫ ସି ଆଇ, ମିଲ ଓ ସରକାରୀ ଗୋଦାମ ରେ ରହିଥିବା କଷ୍ଟମ ମିଲିଙ୍ଗ ଚାଉଳ ଶୀଘ୍ର ଉଠାଇବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସାଂସଦ, ବିଧାୟକ ଙ୍କୁ ନେଇ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଙ୍କୁ ମଙ୍ଗଳବାର ତାଙ୍କ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ ରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି |କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ଏକ ବୃହତ ଧାନ ଉତ୍ପାଦନକାରୀ ରାଜ୍ୟ ଅଟେ |ରାଜ୍ୟ ର ବହୁ ପ୍ରମୁଖ ଜିଲ୍ଲା ରେ ଧାନ ଉତ୍ପାଦନ ହୋଇ ସାରିଲାଣି |ତେଣୁ ଓଡିଶା ର ଏଫ ସି ଆଇ ଗୋଦାମ, ରାଇସ ମିଲ ତଥା ଅନ୍ୟାନ୍ୟ ସରକାରୀ ଗୋଦାମ ମାନଙ୍କ ରେ ରହିଥିବା ଲକ୍ଷ ଲକ୍ଷ ମେଟ୍ରିକ ଟନ ମିଲିଙ୍ଗ କଷ୍ଟମ ଚାଉଳ ମଧ୍ୟ ରୁ୨୦ ରୁ ୨୫ ଲକ୍ଷ ମେଟ୍ରିକ ଟନ ମିଲିଙ୍ଗ କଷ୍ଟମ ଚାଉଳ କୁ କେନ୍ଦ୍ର ସରକାର କୌଣସି ପ୍ରକାରେ ଓଡିଶା ରୁ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଚାଉଳ ଗୋଦାମ କୁ ନେଇ ଗଲେ ଓଡିଶା ରେ ଥିବା ଏଫ ସି ଆଇ ଗୋଦାମ, ରାଇସ ମିଲ ତଥା ସରକାରୀ ଗୋଦାମ ଗୁଡିକ ପର୍ଯ୍ୟାପ୍ତ ମାତ୍ରା ରେ ଖାଲି ହୋଇଯିବ |ଯାହାଦ୍ୱାରା ବର୍ତମାନ ଚାଷୀ ଙ୍କ ଧାନ କିଣି ସରକାର ସୁରକ୍ଷିତ ସ୍ଥାନ ରେ ରଖି ପାରିବେ ଏବଂ ଧାନ କିଣା ସୁରୁଖୁରୁରେ ରହିପାରିବ |ଯେତେଶୀଘ୍ର ହେବ ଏଫ ସି ଆଇ ମାଧ୍ୟମ ରେ ଚାଉଳ ଉଠାଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଖାଦ୍ୟ ନିରାପତ୍ତା କୁ ବଲବତ୍ତର ରଖିବା ସହିତ ଓଡିଶା ର ଚାଷୀ ମାନଙ୍କ ର ସ୍ୱାର୍ଥ ସାଧନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଙ୍କୁ ଭେଟିବା ସହିତ ଦାବିପତ୍ର ଦେଇଛନ୍ତି |କେନ୍ଦ୍ର ଖାଦ୍ୟମନ୍ତ୍ରୀ ଙ୍କୁ ଭେଟିବା ସମୟ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ,ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ, ବଲାଙ୍ଗୀର ସାଂସଦ ସଂଗୀତା ସିଂ ଦେଓ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, କଳାହାଣ୍ଡି ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ |


0 Comments