ଝାରସୁଗୁଡ଼ା ଗସ୍ତରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ


 ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ ଏକ ଟିମ୍ ଜିଲ୍ଲାରେ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମର ଅନୁଧ୍ୟାନ ଓ ସମୀକ୍ଷା ପାଇଁ ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ଏବଂ ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ, ଶ୍ରୀମତୀ କସ୍ତୁରୀ ମିଶ୍ର ପ୍ରମୁଖ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଯୋଗଦେଇଥିଲେ। ଏଥିସହ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ।

ଆୟୋଗର ସଦସ୍ୟମାନେ ଜିଲ୍ଲାରେ ବାଲ୍ୟ ବିବାହ ହାରକୁ ଶୂନ୍ୟକୁ ଆଣିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଗସ୍ତ ସମୟରେ ଆୟୋଗ ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର, ସଖୀ ସେଣ୍ଟର, ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର (Adoption Centre) ଭଳି ବିଭିନ୍ନ ଅନୁଷ୍ଠାନକୁ ପରିଦର୍ଶନ କରି ସେମାନଙ୍କ କାର୍ଯ୍ୟଧାରା ଯାଞ୍ଚ କରିଥିଲେ।

ଏଥିସହ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ପରିଦର୍ଶନ କରି ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ୱଚ୍ଛତା ଓ ସୁରକ୍ଷା ବଜାୟ ରଖିବା ପାଇଁ କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଅଙ୍ଗନବାଡ଼ିରେ ' ଶିଶୁ ସଭା' ଏବଂ ପଞ୍ଚପଡ଼ା ବିଦ୍ୟାଳୟରେ ବାଲ୍ୟ ବିବାହ ନିଷେଧ ଉପରେ ସଚେତନତା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done