ବିଜାଗୁଡା ଅଞ୍ଚଳରେ ଭାରତୀୟ ମାନବ ଅଧିକାର କମିଶନ ତରଫରୁ ଆବାଳବୃଦ୍ଧଙ୍କୁ କମ୍ୱଳ ବଣ୍ଟନ

 ଆଜି ଅପରାହ୍ନରେ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ନକ୍ସାପାଳି ପଞ୍ଚାୟତ ବିଜାଗୁଡା ଏକ ଉପାନ୍ତ ଅଞ୍ଚଳରେ ନିରିହ ଗରିବ ଆଦିବାସୀ ଶ୍ରେଣୀର ଲୋକଙ୍କୁ ଭାରତୀୟ ମାନବ ଅଧିକାର କମିଶନ ର ଷ୍ଟେଟ ଫାଉଣ୍ଡର ଡ. ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଆତିଥ୍ୟ ସହ ଷ୍ଟେଟ ଲେଗାଲ ଏଡଭାଇଜର ଅଶୋକ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅଞ୍ଚଳ ର ନିରିହ ଆବାଳବୣଦ୍ଧଙ୍କ ଶୀତ ଦାଉରୁ ରକ୍ଷା ପାଇଁ ୭୦ ଜଣଙ୍କୁ କମ୍ୱଲ ବଣ୍ଟନ କରାଯାଇଥିଲା I ଏଥିରେ ଝାରସୁଗୁଡା ଜିଲ୍ଲା ସଭାପତି ଧନଞ୍ଜୟ କୁମାର, ଉପସଭାପତି ଲକ୍ଷ୍ମଣ ତଣ୍ଡିଆ,ଝାରସୁଗୁଡା ଇନଚାର୍ଜ ରବିକୁମାର ରାଉତ, ସମ୍ୱଲପୁର ଜିଲ୍ଲା ଉପସଭାପତି ସମୀର ନାଗ ଓ ଜିଲ୍ଲା ଇନଚାର୍ଜ ଅଶୋକ କରାଲୀ, ମହିଳା ସେଳ ଅଧ୍ୟକ୍ଷ ତପସ୍ୱିନୀ ମୁଣ୍ଡା, ସଦସ୍ୟ ରାଧେଶ୍ୟାମ ଗର୍ଡିଆ ପ୍ରମୁଖ ଉପସ୍ଥିତ ରହି କମ୍ୱଲ ବଣ୍ଟନ କରିଥିଲେ l ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ଫୁଲ, ଲକ୍ଷ୍ମୀ, ମାଳତୀ, ତୁଲାରାମ, କାର୍ତ୍ତିକ, ପଡରୀ, କାରମୀ, ଖତୁ, ମହରଗୀ, ବୈଦେହୀ, ଜୁଗୁନୁ, ଶୁକମାର, ସୀତା, ନାନକୀ, ବାସୁ, ସୁଖ, ବୁଧୁ, ଗୁରୁବାରୀ, ଯଜ୍ଞସିନୀ, ଦ୍ୱିତିୟା, ମଞ୍ଜୁ, ପ୍ରକାଶ, ପରମେଶ୍ୱର, ମିଟୁ, ବିଶିଲା, ରମେଶ, ମାଳତୀ, କିଶୋର, ସୋମ୍ୟା, ତୁଲା, ଭଜ, ନୣପ, ପ୍ରସାଦି, ସାବିତ୍ରୀ, ସୁନିତା ସମେତ ସମୁଦାୟ ୭୦ ଜଣ ସାଦରେ କମ୍ୱଲ ଗ୍ରହଣ କରି କମିଶନ ର ବଣ୍ଟନକାରୀ ସଦସ୍ୟ ଙ୍କୁ ଧନ୍ୟବାଦ ଦେଇଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done