କକ୍ସ୍ କଲୋନୀ ସ୍ଥିତ ସମ୍ବଲପୁର ସାମାଜିକ ସେବା ସଂସ୍ଥାର ସଭାକକ୍ଷ ଠାରେ ଲୋକମୁକ୍ତି ସଙ୍ଗଠନ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।


 କକ୍ସ୍ କଲୋନୀ ସ୍ଥିତ ସମ୍ବଲପୁର ସାମାଜିକ ସେବା ସଂସ୍ଥାର ସଭାକକ୍ଷ ଠାରେ ଲୋକମୁକ୍ତି ସଙ୍ଗଠନ ପକ୍ଷରୁ ତାରିଖ ୧୨ ଏବଂ ୧୩ ନଭେମ୍ବର ୨୦୨୫ ଦୁଇଦିନ ଧରି ନୂତନ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସ୍ୱାକ୍ଷ ଅଧିନିୟମ ୨୦୨୩ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଝାରସୁଗୁଡା ଓକିଲ ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀମାନ ତ୍ରିନାଥ ଗୁଆଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିବିରର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସଂମ୍ବାଦିକ ତଥା ବୁଦ୍ଧିଜୀବୀ ଶ୍ରୀମାନ ମେହେବୁବ ମହତାବ ଏବଂ ବରିଷ୍ଠ ଆଇନଜୀବୀ ଶ୍ରୀମାନ ସିୟାରାମ ଦାସ ଯୋଗଦାନ କରିଥିଲେ। ଏହି ଦୁଇଦିନିଆ ନୂତନ ଅପରାଧିକ ଆଇନ ସମ୍ବନ୍ଧରେ ତାଲିମ ଦେବା ପାଇଁ Committee for Legal Aid to Poor (CLAP) କଟକ, ( ଗରିବ ଲୋକମାନଙ୍କୁ ଆଇନ ସହାୟତା ଯୋଗାଇ ଦେବା ପାଇଁ ଏକ ସାମାଜିକ ଅନୁଷ୍ଠାନ) ପକ୍ଷରୁ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀମାନ ସନ୍ତୋଷ ପ୍ରଧାନ, ଚନ୍ଦ୍ରଦେବ ପୁରୋହିତ ଏବଂ ଦ୍ଵିତୀୟ ଦିନରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ ଉପରେ ତାଲିମ ଦେବା ପାଇଁ  ବଲାଙ୍ଗୀର ଆଇନ ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ଶ୍ରୀମାନ ଚଣ୍ଡି ପ୍ରସାଦ ଖମାରୀ ଯୋଗଦାନ କରିଥିଲେ। ଲୋକମୁକ୍ତି ସଙ୍ଗଠନର ଉପଦେଷ୍ଟା ଅନନ୍ତ ଉଦଘାଟନୀ ଅଧିବେଶନର ଅଧକ୍ଷତା କରିଥିବା ବେଳେ ସଙ୍ଗଠନର ସଂଯୋଜକ ରବିନ୍ଦ୍ର କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ ପ୍ରଦାନ କରିଥିଲେ। ଏହି ଦୁଇଦିନିଆ ତାଲିମ ଶିବିରକୁ ମୁଖ୍ୟ ସଂଯୋଜକ ଉମାକାନ୍ତ ନାଏକ, କୈଳାଶ ପିଙ୍ଗ, ଉଦୟାନନ୍ଦ ଡ଼ିଗି, ପାତ୍ର ବାଘ, କେଦାରନାଥ ମୁଣ୍ଡାରୀ ପ୍ରଭୃତି ପରିଚାଳନା କରିଥିଲେ। ସଙ୍ଗଠନ ର ସାଧାରଣ ସମ୍ପାଦକ ଗ୍ରେଗୋରୀ ସାମାଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗଠନର ବରିଷ୍ଠ ସଭ୍ୟ ତଥା ସଗରା ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ହାବିଲ ଏକ୍କା,ଗୋବିନ୍ଦପୁର ସରପଞ୍ଚ ବିମଲ ଲାକ୍ରା ବିରଞ୍ଚି ନିଖଣ୍ଡିଆ, ରସାନନ୍ଦ କିଷାନ, ଜିତବାହାନ କଣ୍ଡେଇବୁରୁ, ତେଜରାଜ ନାଏକ, ସୁରେନ୍ଦ୍ର ରୋହିଦାସ, ଫୁଲଦେଓ ସାମାଦ, ଆଶୀୟନୀ ସୁରିନ, ରେଶମା କେର୍କେଟା ସମେତ ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ତହସିଲରୁ ଲୋକମୁକ୍ତି ସଙ୍ଗଠନର କର୍ମକର୍ତା ମାନେ ଯୋଗଦାନ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done