ବରପାଲିରେ ଗୋକୁଳାଷ୍ଟମୀ ଯାତ୍ରା ଫୁଟବଲ୍ ପ୍ରତିଯୋଗିତା, ଫାଇନାଲରେ ଆଦିବାସି କ୍ଲବ୍
ବ୍ରଜରାଜନଗର - ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବରପାଲି ଗ୍ରାମରେ ୫୧ ତମ ଗୋକୁଳାଷ୍ଟମୀ ଯାତ୍ରା ଉପଲକ୍ଷେ ୩୨ ତମ ଦ୍ଵି- ଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଜଗନ୍ନାଥ ୟୁଥ୍ କ୍ଳବ୍ ର ସଭାପତି ହେମନ୍ତ କୁମାର ବଗାରଙ୍କ ସଭାପତିତ୍ବରେ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚାନ୍ଦିନୀମାଲ ସରପଞ୍ଚ ଲକ୍ଷ୍ମୀଧର ମିଶ୍ର,ବିଜେପି ଯୁବ ନେତା ମୋହନ ସାହୁ,ପୂର୍ବତନ ରାଜପୁର ସରପଞ୍ଚ ଈଶ୍ୱର ପ୍ରଧାନ,ସମାଜସେବୀ ରାଜୀବ ପାଟ୍ଟଯୋଶୀ,ପୂର୍ବତନ ଲୋଇସିଂହ ସରପଞ୍ଚ ଦୁଷ୍ମନ୍ତ ପଟେଲ,ପୂର୍ବତନ ଫୁଟବଲ ଖେଳାଳୀ ଆନନ୍ଦ ସା ଏବଂ ଗ୍ରାମର ବରିଷ୍ଟ ବ୍ୟକ୍ତି ପୀତବାସ ବଢାଇ,ଭୁଗିଶ ରାଉତ,ପର୍ଶୁରାମ ବଢାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚ୍ ଦଳକି ଏଫସି ଓ ଆଦିବାସୀ କ୍ଲବ୍ ଝାରସୁଗୁଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଫସି ଓ ଆଦିବାସୀ କ୍ଲବ୍ ଝାରସୁଗୁଡ଼ା ୨-୦ ଗୋଲରେ ବିଜୟୀ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲା । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଦିବାସୀ କ୍ଲବ୍ ଓ ଲୁହୁରା ବ୍ରଦସ ସାନଯୋବ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଦିବାସୀ କ୍ଲବ୍ ଦଳ ୪-୩ ଗୋଲ ଟ୍ରାଇବ୍ରେକର ଜରିଆରେ ବିଜୟୀ ହୋଇ ଫାଇନାଲକୁ ଉତ୍ତୀର୍ଣ୍ଣ କରିଛି । ଭାଷ୍ୟକାର ଭାବେ ନିରଞ୍ଜନ ବଢ଼ାଇ ଓ ଆକାଶ ଦୋରା ମ୍ୟାଚ୍ ର ଧାରା ବିବରଣୀ ପ୍ରଦାନ କରିଥିଲେ । ଅରୁଣ ମିର୍ଦ୍ଧା,ଖେମାଶିଲ କିସାନ,ପଦ୍ମ ଭଇଁଷା,ଅରୁଣ ପ୍ରଧାନ,ମେଘନାଥ ଓରାମ ଓ ମିଥୁନ ବାଦ୍ରା ଖେଳ ପରିଚାଳନା କରିଥିଲେ । ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରିବେ । ଜଗନ୍ନାଥ ୟୁଥ୍ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।


0 Comments