ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟରେ ନବ ନିର୍ମିତ ସୁଲଭ ଶୌଚାଳୟ ଉଦଘାଟିତ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୌଚାଳୟର ଉଦଘାଟନ କଲେ ଝାରସୁଗୁଡ଼ା ବିଧାୟକ । ଝାରସୁଗୁଡ଼ା ପୌର ପରିଷଦ ଅନ୍ତର୍ଗତ ଝାରସୁଗୁଡ଼ା ବସଷ୍ଟାଣ୍ଡ ନିକଟରେ ନବ ନିର୍ମିତ ହୋଇଥିବା ସୁଲଭ ଶୌଚାଳୟ ର ଶୁଭ ଉଦ୍ଘଟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଶୌଚାଳୟ ର ଉଦଘାଟନ କରିଥିଲେ । ସ୍ୱଚ୍ଛତା ଏବଂ ଜନ ସୁବିଧା ପାଇଁ ଏହି ଶୌଚାଳୟ ନିର୍ମାଣ କରାଯାଇଛି । ଗ୍ୟାସ୍ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସିଏସଆର ମାଧ୍ୟମରେ ପାଖାପାଖି ୫୩ ଲକ୍ଷ ଟଙ୍କା ସୁଲଭ ଇଣ୍ଟରନେସନାଲ କୁ ଦିଆଯାଇଥିଲା । ଆଉ ଏହି ଫଣ୍ଡ ରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଲୋକଙ୍କ ସୁବିଧା ପାଇଁ ଏକ ସୁଲଭ ଶୌଚାଳୟ ନିର୍ମାଣ କରାଯାଇଛି । ଏହି ଶୌଚାଳୟ ବ୍ୟବହାର ପାଇଁ ଲୋକଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ତେବେ ସ୍ୱଚ୍ଛତା ଓ ଜନ ସୁବିଧା ପ୍ରତି ଆମ ଅଙ୍ଗୀକାର କୁ ପୁନର୍ବାର ସୁଦୃଢ କରାଗଲା ଏବଂ ଏହି ପଦକ୍ଷେପ ସ୍ୱଚ୍ଛ ପରିବେଶ ସୁସ୍ଥ ସମାଜ ଗଠନ ଦିଗରେ ଗୁରୁତ୍ବପୁର୍ଣ ଏବଂ ସାର୍ଥକ ପଦକ୍ଷେପ ବୋଲି ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ ନିଜର ମନ୍ତବ୍ୟ ରଖିଥିଲେ । ତେବେ ଏହି ଉଦଘାଟନୀ ଉତ୍ସବରେ ପୌର ପରିଷଦର ନିର୍ବାହୀ ଅଧିକାରୀ, ପୌର କର୍ମଚାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।


0 Comments