ବ୍ରଜରାଜନଗର ଅନ୍ତର୍ଗତ ପୁରାତନ ରାଜସ୍ୱ ଗ୍ରାମ ରେମଜା ରେ ପବିତ୍ର କାର୍ତିକ ମାସ ପଞ୍ଚୁକ ଅବସରରେକାର୍ତ୍ତିକେଶ୍ୱର ପୂଜାଦୀର୍ଘ 39 ବର୍ଷ ହେଲା ହୋଇ ଆସୁଛି.ଚଳିତ ବର୍ଷ ଦୁଇ ତାରିଖ ରବିବାର ଦିନ ଏକ କଳସ ଯାତ୍ରା ଇବ ନଦୀ ରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ସାରିଲା ପରେ କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ରେ  କଳସ ସ୍ଥାପନ କରି ପୂଜା ରମ୍ଭ ହୋଇ ଥିଲା.ପୂଜକ ଦିଲୀପ ତ୍ରିପାଠୀ ପୂଜା କାର୍ଯ୍ୟ କରି ଥିଲେ  ପ୍ରତ୍ୟହ କାର୍ତିକ ମହାତ୍ମା ପଠନ ସହ ସନ୍ଧ୍ୟାରେ ମହିଳା ମାନଙ୍କ ଦ୍ୱାରା ଆରତୀ ପ୍ରଦାନ ପରେ କୀର୍ତନ ମଣ୍ଡଳୀ ଦ୍ୱାରା କୀର୍ତନ ପରିବେଷଣ ହୋଇ ଥିଲା. ଚଳିତ ବର୍ଷ ଏହି ପୂଜା କୁ ଆକର୍ଷଣୀୟ କରିବା ପାଇଁ ବରଗଡ଼ ଜିଲ୍ଲା ଭେଡେନ ନିକଟସ୍ଥ ଅପାମରା ଗ୍ରାମରରାବଣ ଭୂମିକା ରେ  ଖ୍ୟାତି ଲାଭ କରିଥିବା ହୀରାଲାଲ ବଢ଼େଇ ଙ୍କ ମହାରାଜ ଗ୍ରୁପ ରାମାୟଣ ଉପରେ ଆଧାରିତ "ରାବଣ ରାଜ" ଗୀତି ନାଟ୍ୟ ପରିବେଷଣା କରିବା ପାଇଁ ରବିବାର ସକାଳେ ଗ୍ରାମ ରେ ପହଂଚି ଥିଲେ.ମହାରାଜ ଙ୍କୁ ଗ୍ରାମ ଉପକଣ୍ଠ ରୁ ବାଜା ଗାଜା ବଜେଇ ଗ୍ରାମରେ ଭବ୍ୟ ସ୍ୱାଗତ କରି ନିଆ ଯାଇ ଥିଲା. ତିନିଦିନ ଧରି ପାରିବେଶି ତ ହେବାକୁ ଥିବା ନାଟକ ର ପ୍ରଥମ ରଜନୀ ରବି ବାର ରାତ୍ର ରେ ଆରମ୍ଭ ହୋଇ ଥିଲା.

ଏହି ନାଟକ କୁ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଦିବ୍ୟ କିଶୋର ସାହୁ, ଶେଖର ବିଶି, ରୁପେଶ୍ୱର ମାଝି, ଗୌତମ ସାମଲ ଉମେଶ ଦାସ,  ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି ଥିଲେ ଦ୍ଵିତୀୟ ରଜନୀ ରେ ରାବଣରାଜ ଦରବାର ରେ ରାଜ ଅତିଥି ଭାବ ରେ ବ୍ରଜରାଜନଗର ନଗରପାଳ ଗୋପାଳ ସୀତାନି. ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ୱର ସାହୁ ଆଇନ ଜିବି ବିଶ୍ୱନାଥ ନାୟକ.ମହାରାଜ ଙ୍କ ସହ ଅତିଥି ମାନଙ୍କୁ ନେଇ କାର୍ତିକ ଏ ସୋ ସିଏ ସନ ର ବରିଷ୍ଠ ସଦସ୍ୟ ବିଶ୍ଵନାଥ ସାହୁ ଅତିଥି ପରିଚୟ କରେଇବା ସହ ଅତିଥି ଙ୍କୁ ଉପ ଢୌକ ନ ଦେଇ ସମ୍ମାନିତ କରେଇ ଥିଲେ. ମହାରାଜ ରାବଣ ଅତିଥି ମାନଙ୍କ ବକ୍ତବ୍ୟ ଶୁଣିବା ପରେ ଅତିଥି ଗଣ ଙ୍କୁନଗର ର ଆଇନ ଶୃଙ୍ଖଳା ତଥା ବିକାଶ ଉପରେ କାର୍ଯ୍ୟକରିବାକୁ ଆଦେଶ ଦେଇ ଥିଲେ. 4 ତାରିଖ ଦିନ ନାଟକର ଶେଷ ରଜନୀ ଥିଲା ତିନି ଦିନ ଧରି ଚାଲିଥିବା ଏହିରାବଣ ରାଜ ଗୀତି ନାଟ୍ୟ ରେ ସମସ୍ତ କଳାକାର ଙ୍କ ଭୂମିକା ବେଶ ପ୍ରଶଂସନୀୟ ହୋଇ ଥିଲା ଏ ନାଟକ ଦେଖିବା ପାଇଁ ତିନି ଦିନ ଧରି ପ୍ରବଳ ଜନ ସମାଗମ ହୋଇ ଥିଲା ତିନି ଦିନ ଧରି ରାବଣ ଏକ ସୁଶୋଜିତ ରଥରେ ନଗର ଭ୍ରମଣ କରି ଥିଲେ ନଗର ବାସି ତାଙ୍କୁ ନିଜ ନିଜ ଗୃହ ସମ୍ମୁଖ ରେଦ୍ବୀପ ଜାଳି ସ୍ୱାଗତ ଜଣେଇ ମହାରାଜ ଙ୍କ ଆଦେଶ ପାଳନ କରି ଥିଲେ ତିନି ଦିନ ଧରି ରେମଜା ଗ୍ରାମ ଲଙ୍କା ପୁରୀ ପାଲଟି ଯାଇ ଥିଲା ଏହିପରି ଭାବ ରେ ଚଳିତ ବର୍ଷର କାର୍ତ୍ତିକେଶ୍ୱର ମୂର୍ତ୍ତି କୁ 5ତାରିଖ ରେ ଭବ୍ୟ ଶୋଭା ଯାତ୍ରା ରେ ନେଇ ବିସର୍ଜନକରାଯିବା ପରେ କାର୍ତ୍ତିକ ଏ ସୋ ସିଏସନ ରେମଜା ଦ୍ୱାରା ଆୟୋଜିତ କାର୍ତ୍ତିକେଶ୍ୱର ପୂଜା ସମାପନ ହୋଇ ଥିଲା.