ଝାରସୁଗୁଡା ଉପ କାରାଗାରରେ ଜଣେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ


 ଝାରସୁଗୁଡା ଉପ କାରାଗାରରେ ଜଣେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । 

କଏଦୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଆଇସିୟୁରେ ଭର୍ଭି କରାଯାଇଥିବା ସୂଚନା । 

ଝାରସୁଗୁଡ଼ା ଉପ କାରାଗାରରେ ଜଣେ ବିଚାରାଧିନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ତାଙ୍କୁ ଜେଲ କର୍ତ୍ତୃପକ୍ଷ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ବିଚାରାଧିନ ବନ୍ଦୀ ଜଣକ ଝାଡ଼ଖଣ୍ଡ ରାମ କୁମାର ରଜକ ବୋଲି ଜେଲ କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି । ତାଙ୍କ ପ୍ରକୃତ ଘର ଝାଖଣ୍ଡର ରାଜ୍ୟ ଗୁଡ଼ଗାଓଁରେ ଥିବା ବେଳେ ସେ ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ କବ୍ରସ୍ତାନପଡ଼ାରେ ରହି ଆସୁଥିଲେ । ତେବେ ଗତ ୧୦ ଜୁଲାଇରେ ତାଙ୍କୁ ଝାରସୁଗୁଡ଼ା ସଦର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ଜଣେ ନାବାଳିକା ପ୍ରତି ଅସଦାଚର କରିଥିବା ଅଭିଯୋଗରେ ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିଲା । ସେ ମାନସିକ  ବିଷାଦଗ୍ରସ୍ତ ଥିବା ବେଳେ ମାନସିକ ସନ୍ତୁଳନ ହରାଇ ଜେଲର ସିଢି ପାଖରେ ବେକରେ ଚାଦରକୁ ଗୁଡ଼ାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତୁରନ୍ତ ତାଙ୍କୁ ଜେଲ କର୍ମଚାଚାରୀ ମାନେ ଉଦ୍ଧାର କରି ଜିଲ୍ଲା ସଦର ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ତୁରନ୍ତ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done