ଦେଶପ୍ରେମର ମହାମନ୍ତ୍ର 'ବନ୍ଦେ ମାତରମ୍'କୁ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ବିମାନବନ୍ଦରରେ ସ୍ୱତନ୍ତ୍ର ପାଳନ ।
ଭାରତର ଅମର ଜାତୀୟ ଗୀତ 'ବନ୍ଦେ ମାତରମ୍'ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠିଛି। ଏହି ଐତିହାସିକ ଦିବସ ପାଳନ ଅବସରରେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଦେଶପ୍ରେମର ଏହି କାଳଜୟୀ ଗୀତର ସାମୂହିକ ଗାନରେ ସମଗ୍ର ବିମାନବନ୍ଦର ପରିସର ପ୍ରକମ୍ପିତ ହୋଇଉଠିଥିଲା । ବିମାନବନ୍ଦରର ସମସ୍ତ କର୍ମଚାରୀ, ଅଂଶୀଦାର ଏବଂ ଉପସ୍ଥିତ ଯାତ୍ରୀମାନେ ଏକତ୍ରିତ ହୋଇ 'ବନ୍ଦେ ମାତରମ୍' ଗାନ କରିଥିଲେ । ଋଷିପ୍ରତିମ ସାହିତ୍ୟିକ ବକିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ବାରା ରଚିତ ଏହି ମହାମନ୍ତ୍ର, ଯାହା ଅଗଣିତ ସ୍ଵାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇଥିଲା, ତାହାର ୧୫୦ ବର୍ଷ ପୂର୍ତ୍ତି ପାଳନ କରି ସମସ୍ତେ ଗର୍ବ ଅନୁଭବ କରିଥିଲୋ ଏହି ଅବସରରେ ବିମାନବନ୍ଦରରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କୁ ଏହି ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କରୁଥିବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସିଧାପ୍ରସାରିତ କରାଯାଇଥିଲା।


0 Comments