ମଣିଷ ଜୀବନ ଗୋଟିଏ ଏମିତି ସମୟ ଆସେ ଯେଉଁ ସମୟ ରେ ମଣିଷ ଅସହାୟ ହୋଇପଡେ। ଗୋଟିଏ ସମୟ ରେ ଯେଉଁ ଲୋକ ମାନେ ସମ୍ମାନ ଦେଉଥାନ୍ତି।ସେହି ଲୋକ ମାନେ ଆଉ ପଚାରନ୍ତି ନାହିଁ ।ଆଜି ପ୍ରୟାସ ଚାରିଟେବୁଲ ଟ୍ରଷ୍ଟ ଏମିତି ଏକ ପରିବାର ପାଖ କୁ ପହିଁଞ୍ଚି ଥିଲେ।ସେ ପରିବାର ରେ ଏକ ବୃଦ୍ଧ ଦମ୍ପତି ରୁହନ୍ତି । ବୟସ ହୋଇଯିବା ରୁ ତାଙ୍କ ନିଜ ପୁଅ ତାଙ୍କୁ ପଚାରୁ ନାହାଁନ୍ତି। ଝାରସୁଗୁଡା ର ମାଲିମୁଣ୍ଡା ଗ୍ରାମ ର ଶେଷ ମୁଣ୍ଡ ରେ ଏକ କୁଡ଼ିଆ କରି ରହୁଛନ୍ତି ।ବୟସ ହୋଇ ଯାଇଥିବାରୁ ସେ ରୋଜଗାର କରିବା ପାଇଁ ଅସମର୍ଥ। ଗାଁ ରେ ଭିକ୍ଷାମାଗି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।ଏହି ପରିବାର କୁ ସହାୟତା ର ହାତ ବଢ଼ାଇଛନ୍ତି ପ୍ରୟାସ ଚାରିଟେବୁଲ ଟ୍ରଷ୍ଟ। ବୃଦ୍ଧ ଦମ୍ପତି ଙ୍କୁ ଘରୋଇ ସାମଗ୍ରୀ ସହିତ କମ୍ବଳ ଓ କିଛି କପଡ଼ା ଯୋଗାଇ ଦେଇଛନ୍ତି ଓ ବୃଦ୍ଧ ଦମ୍ପତି ଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।
ଏହି କାର୍ଯ୍ୟକ୍ରମ ରେ ପ୍ରୟାସ ର ସଭାପତି :- ସୁଦାମ ରୋହିଦାସ, ଉପ ସଭପତି:- ମୋହନ ରୋହିଦାସ,ରାଜେଶ, ସୁବୋଧ, ରାଜେନ୍ଦ୍ର,ଯୁଗି, ସଚିନ୍, କୌଶିକ୍ ମୁଖି ଙ୍କ ସହିତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।


0 Comments